www.samajalive.in
Monday, December 15, 2025
26.1 C
Bhubaneswar

୪୦ ବର୍ଷରେ ଭଜି, ଶୁଭେଚ୍ଛା ଜଣାଇଲେ ସାଥୀ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଷ୍ଟାର ଅଫ ସ୍ପିନର ହରଭଜନ ସିଂହ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଶୁକ୍ରବାର ହରଭଜନ୍‌(ଭଜି)ଙ୍କ ଜନ୍ମଦିନରେ ସାଥି ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି। ସାଥି ଖେଳାଳି ତଥା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଟ୍ବିଟ୍‌ କରି ଭଜିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି ଯେ, ୪୦ ହେଉ କି ୪୭ ହିରୋ ସବୁବେଳେ ହିରୋ। ତୁମ ପାଇଁ ଆଗାମୀ ବର୍ଷ ଆଉ ଏକ ଚମତ୍କାରର ବର୍ଷ ହେଉ ବୋଲି ଯୁବରାଜ କହିଛନ୍ତି। ଅନ୍ୟତମ ସାଥି ଖେଳାଳି ସୁରେଶ ରାଇନା ଶ୍ରେଷ୍ଠ ମ୍ୟାଚ ବିଚେତା ତୁମକୁ ଜନ୍ମଦିନର ଶୁଭେଚ୍ଛା ବୋଲି ଟ୍ବିଟ୍‌ କରି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି), ଦି ବୋର୍ଡ ଅଫ କ୍ରିକେଟ କ​‌େ​‌ଣ୍ଟ୍ରାଲ ଇନ୍‌ ଇଣ୍ଡିଆ(ବିସିସିଆଇ) ପ୍ରମୁଖ ହରଭଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ହରଭଜନ ଭାରତର ଦ୍ବିତୀୟ ସର୍ବାଧିକ ସ୍ପିନର ଭାବେ ଟେଷ୍ଟରେ ୪୧୭ଟି ଓ ଏକଦିବସୀୟରେ ୨୬୫ଟି ୱିକେଟ ନେଇଛନ୍ତି। ଏହାଛଡ଼ା ଟେଷ୍ଟରେ ମଧ୍ୟ ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ନେଇ ଆଇସିସି ଟ୍ବିଟ୍‌ରେ ଉଲ୍ଲେଖ କରିଛି। ବିିସିସିଆଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୭୧୧ ୱିକେଟ ସହ ଦୁଇଥର ବିଶ୍ବକପ ବିଜେତା ବୋଲି ଉଲ୍ଲେଖ କରିଛି। ୧୯୯୮ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହରଭଜନ ୧୦୩ଟି ଟେଷ୍ଟ ୨୩୬ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories