www.samajalive.in
Thursday, December 11, 2025
26.1 C
Bhubaneswar

ସ୍ବେଚ୍ଛାକୃତ ଶ୍ରମଦାନ : ପାହାଡ଼ ଖୋଳି ଗାଁକୁ ପାଣି ଆଣିଲେ ପ୍ରବାସୀ

ଫୁଲବାଣୀ : ଇଛା ଥିଲେ ବୁଦ୍ଧି ଆପେ ଆପେ ଆସିଥାଏ। ବର୍ଷ ବର୍ଷ ଧରି ପଡିଆ ପଡିଥିବା ଏକର ଏକର ଜମିକୁ ଶସ୍ୟଶାମଳା କରିବାକୁ ଅନିଭବ ପ୍ରୟାସ କରିଛନ୍ତି ତିନିଖଣ୍ଡ ଗାଁର ଆଦିବାସୀ। ଦୃଷ୍ଟି ଆଢୁଆଳରେ ରହିଥିବା ଝରଣା ଜଳକୁ ଗାଁକୁ ପ୍ରବାହମାନ କରିବାରେ ୨୨ ଦିନ କାଳ ସ୍ବେଚ୍ଛାକୃତ ଶ୍ରମଦାନ କରି ସଫଳ ହୋଇଛନ୍ତି ଆଦିବାସୀ ସମ୍ପ୍ରଦାୟ। ଗାଁକୁ ଫେରିଥିବା ପ୍ରବାସୀଙ୍କ ସହଯୋଗରେ ପାହାଡ ଫଟାଇ କେନାଲ ଖୋଳି ଜମିକୁ ପାଣି ଆଣି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲା କୋଟଗଡ ବ୍ଲକ ଅନ୍ତର୍ଗତ ରାଣିପାଙ୍ଗା ପଞ୍ଚାୟତର ଦୁର୍ଗମ ୩ଖଣ୍ଡ ଗ୍ରାମର ବାସିନ୍ଦା। ପ୍ରାୟ ୮୦୦ ମିଟର ମାଟି ଖୋଳି, ପଥର ଫଟାଇ ଗାଁକୁ ଆଣିଛନ୍ତି କେନାଲ୍‍ ପାଣି। ଏଥିରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇ ନାହିଁ। ଆଦିବାସୀଙ୍କ ଏଭଳି ନିଆରା ପ୍ରୟାସ ଅନ୍ୟ ପାଇଁ ଉଦାହରଣ ହୋଇଛି।
କନ୍ଧମାଳ ଜିଲା କୋଟଗଡ ବ୍ଳକର ରାଣିପାଙ୍ଗା ପଞ୍ଚାୟତର ରାଣିପାଙ୍ଗା, ଡ଼େଙ୍ଗୁ ପାଙ୍ଗା ଓ ବୁନ୍ଦୁମାଳ ଗ୍ରାମରେ ପ୍ରାୟ ୧୫୦ ପରିବାର ୫୦୦ ରୁ ଅଧିକ ଲୋକ ବାସବାସ କରନ୍ତି। ଗ୍ରାମବାସୀଙ୍କ ଜମି ରହିଛି; ହେଲେ ଜମିକୁ ପାଣି ମଡାଇବାର କୌଣସି ସୁବିଧା ନାହିଁ। କେବଳ ବର୍ଷା ଜଳ ଉପରେ ହିଁ ଏମାନେ ନିର୍ଭରଶୀଳ। ପାଣି ନଥିବାରୁ ତିନି ଗ୍ରାମର ଏକର ଏକର ଚାଷ ଜମି ଉପଯୋଗୀ ହୋଉ ପାରୁନଥିଲା। ବର୍ଷାଋତୁ ବ୍ୟତୀତ୍ୟ ଅନ୍ୟ ସମୟରେ ଚାଷ ଜମି ପଡିଆ ରହୁଥିଲା। ଲକ୍‍ଡ଼ାଉନ୍‍ ଯୋଗୁ
ବାହାରୁ ନିଜ ଗ୍ରାମକୁ ଫେରିଥିବା ପ୍ରବାସୀମାନେ ଗ୍ରାମବାସୀଙ୍କ ସହିତ ମିଶି ଯାହା ବର୍ଷ ବର୍ଷ ଧରି ସଫଳ ହୋଇ ପାରିନଥିଲା ତାହା ମାତ୍ର ୨୨ ଦିନରେ କରି ଦେଖାଇଛନ୍ତି। ତିନି ଗ୍ରାମର ପ୍ରାୟ ୮୫ ପରିବାର ଓ ୧୫ଜଣ ପ୍ରବାସୀ କେନାଲ ଖୋଳାରେ ନିଜକୁ ସାମିଲ୍‍ କରି ସଫଳ ହୋଇଛନ୍ତି ବୋଲି କହିଛନ୍ତି ଚେନ୍ନାଇ ଫେରନ୍ତା ସ୍ତିପାନ୍‍ ପ୍ରଧାନ। ରାଣିପଙ୍ଗା ଅଞ୍ଚଳର ଦାରବାଡିରୁ ବହିିଯାଇଛି ଏକ ବଡ଼ ପାହାଡ଼ି ଝରଣା; କିନ୍ତୁ ତାହା ଲୋକଲୋଚନକୁ ଆସିନଥିଲା। ଅନବରତ ବହି ନଷ୍ଟ ହେଉଥିବା ଝରଣା ଜଳକୁ କେନାଲ ଜରିଆରେ ଗଁାକୁ ନେବାକୁ ଉପରୋକ୍ତ ୩ଖଣ୍ଡ ଗ୍ରାମବାସୀ ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ସୁପେନ୍‍ଠାରୁ ରାଣିପାଙ୍ଗା ପର୍ଯ୍ୟନ୍ତ କେନାଲ ​‌େଖାଳା ଯାଇଛି। ୮୦୦ ମିଟର କେନାଲ ରାସ୍ତାରେ ବିରାଟକାୟ ପଥର ପ୍ରତିବନ୍ଧକ ସାଜିଥିଲା। ତାହାକୁ ଗ୍ରାମବାସୀ ଖାତିର ନ କରି କୋଡି କୋଦଳା ଧରି ଖୋଳିଥିଲେ। ୮୫ ପରିବାରର ସାନ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମେସ୍ତ ନିଜକୁ ସାମିଲ୍‍ କରିଥିଲେ। କେନାଲ୍‍ରେ ପାଣି ଆସିଲେ ଗ୍ରାମରେ ଚାଷ ହେବ ଓ ଲୋକେ ଆଉ ଦାଦନ ଖଟିବାକୁ ଯିବେ ନାହିଁ, ଗ୍ରାମର ବେକାର ସମସ୍ୟା ମଧ୍ୟ ଦୂର ହୋଇପାରିବ। ସେହି ଆଶା ନେଇ ଗ୍ରାମବାସୀ କେନାଲ ଖୋଳାରେ ନିଜକୁ ସ୍ବତଃପ୍ରବୃତ୍ତ ସାମିଲ କରିଥିଲେ।
ଗ୍ରାମର ବଗଡ଼ ପ୍ରଧାନ ଓ ପିତର ପ୍ରଧାନଙ୍କ ନେତୃତ୍ୱରେ କେନାଲ ଖୋଳା ଆରମ୍ଭ ହୋଇଥିଲା। ଏଥିରେ ସହଯୋଗର ହାତ ବଢାଇଥିଲା କନ୍ଧମାଳ ଜିଲା ସବୁଜ ବୈଦ ସଂଗଠନ। ସଂଗଠନ ପକ୍ଷରୁ ୭ ଦିନ ପର୍ଯ୍ୟନ୍ତ ଏହି ୮୫ ପରିବାରରକୁ ସୁଖିଲା ରେସନ୍‍ କିଟ୍‍ ସହିତ ପନିପରିବା ଚାଷ ପାଇଁ ବିହନ ଓ ବସ୍ତ୍ର ମଧ୍ୟ ଯୋଗାଇ ଦେଇଥିବା ସଂଗଠନର ସଂପାଦକ ଦୀନବନ୍ଧୁ ମହାରଣା କହିଛନ୍ତି। ଏହି କାର୍ଯ୍ୟରେ ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନର ଅଂଶୁ ଗୁପ୍ତ ସହଯୋଗର ହାତ ବଢାଇଛନ୍ତି। ଯଶବନ୍ତ ପ୍ରଧାନ, ବର୍ଣ୍ଣବା ପ୍ରଧାନ, ପ୍ରଶାନ୍ତ ବେହେରା ଓ ଅନ୍ୟମାନେ ବାରମ୍ବାର ଉକ୍ତ ଦୁର୍ଗମ ଅଞ୍ଚଳକୁ ଗସ୍ତକରି କେନାଲ ଖୋଳା ତଦାରଖ କରିଥିଲେ। ଲକ୍‍ଡ଼ାଉନ୍‍ ସମୟରେ ଏଭଳି ଏକ ନିଆରା ପ୍ରୟାସ ଓ ଏଥିରେ ପୁଣି ସଫଳ ହେବା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ କାର୍ଯ୍ୟକୁ ସାମିଲ୍‍ କରିଲେ ଉକ୍ତ କେନାଲ୍‍ ସବୁଦିନ ପାଇଁ ଗ୍ରାମବାସୀଙ୍କ କାର୍ଯ୍ୟରେ ଆସିପାରନ୍ତା ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

Hot this week

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

Related Articles

Popular Categories