ଆବଶ୍ୟକ ସାମଗ୍ରୀ :
କାଜୁ – ୭୦୦ଗ୍ରାମ
ଚିନି – ୫୦୦ଗ୍ରାମ୍
ପାଣି – ଆବଶ୍ୟକ ଅନୁଯାୟ
ବାଦାମ – ୮ରୁ ୧୦ଟି
କ୍ଷୀର – ଅଧା କପ୍
କେସର – ସାମାନ୍ୟ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ କଡେଇ ଗରମ କରି ସେଥିରେ କାଜୁକୁ ଅଳ୍ପ ଭାଜି ଦିଅନ୍ତୁ। ତାପରେ କେସରକୁ କ୍ଷୀରରେ ଭିଜାଇ ରଖନ୍ତୁ। କାଜୁକୁ ଭାଜିବା ପରେ ଭଲ ଭାବେ ପେଷି ଦିଅନ୍ତୁ। ଗ୍ୟାସରେ ଏକ ପ୍ୟାନ ବସାଇ ସେଥିରେ ପାଣି ଓ ଚିନି ଫୁଟାନ୍ତୁ। ପାଣି ଭଲ ଭାବେ ଫୁଟି ଆସିଲେ ସେଥିରେ ପେଷି ଥିବା କାଜୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ କେସର ମିଶା କ୍ଷୀର ପକାଇ ଫୁଟାନ୍ତୁ। ଏହି ମିଶ୍ରଣଟି ଯେପରି ଅଳ୍ପ ପତଳା ରହିବ ସେପରି ଧ୍ୟାନ ଦିଅନ୍ତୁ। ତାପରେ ମିଶ୍ରଣଟିକୁ ଜିଲାପି ତିଆରି କୋନରେ ପୁରାଇ ଦିଅନ୍ତୁ। ଜିଲାପି ଭଲ ଭାବେ ହୋଇଗଲା ପରେ ତାକୁ ଚାନ୍ଦିର ପେପର ଗୁଡାଇ ଦିଅନ୍ତୁ। ଏହା ଉପରେ ବାଦାମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କାଜୁ ଜିଲାପି।



