www.samajalive.in
Monday, December 8, 2025
14.1 C
Bhubaneswar

ସକାଳେ କେହି ଚିହ୍ନି ନ ଥିଲେ, ହେଲେ ସନ୍ଧ୍ୟାରେ ବନିଗଲେ ଷ୍ଟାର….ଜାଣନ୍ତୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ

ରାତା ରାତି ଷ୍ଟାର ବନି ଯିବା କଥା ଶୁଣିଥି​‌ବେ ନିଶ୍ଚୟ। କିନ୍ତୁ ଏକ ସନ୍ଧ୍ୟାରେ ଷ୍ଟାର ବନିବା କଥା କେବେ ଶୁଣିଛନ୍ତି କି? ଆଜ୍ଞା ହଁ, ବଲିଉଡର ଏମିତି ଜଣେ ଅଭିନେତା ଅଛନ୍ତି, ଯାହାଙ୍କୁ ସକାଳେ କେହି ଚିହ୍ନି ନ ଥିଲେ। ହେଲେ ସନ୍ଧ୍ୟାରେ ସେ ବନିଗଲେ ଷ୍ଟାର। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ବଲିଉଡର ସେହି ଅଭିନେତା ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ।

ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆନନ୍ଦ’ ରିଲିଜ ହେବାର ଆଜି ୪୮ ବର୍ଷ ପୂରଣ ହୋଇଛି। ଏହି ଫିଲ୍ମ ୧୨ ମାର୍ଚ୍ଚ ୧୯୭୧ରେ ମୁକ୍ତିଲାଭ କରିଥିଲା। କାହାଣୀ ହେଉ ଅବା ଅଭିନୟ, ଏହି ଚଳଚ୍ଚିତ୍ର ପ୍ରତ୍ୟେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଥିଲା। ଋଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆନନ୍ଦ’ ର ୪୮ ବର୍ଷ ପୂର୍ତ୍ତି ଅବସରରେ ଅମିତାଭ ବଚ୍ଚନ ଏହି ଫିଲ୍ମ ସହ ଜଡିତ କିଛି ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫିଲ୍ମ ଯୋଗୁଁ ସେ ରାତା ରାତି ନୁହେଁ ବରଂ ଏକ ସନ୍ଧ୍ୟାରେ କିପରି ସୁପରଷ୍ଟାର ହୋଇଥିଲେ ସେ ବିଷୟରେ କହିଛନ୍ତି।

- Advertisement -


ଅମିତାଭଙ୍କ କ୍ୟାରିୟରର ପ୍ରାରମ୍ଭିକ ଚଳଚ୍ଚିତ୍ର ମଧ୍ୟରେ ପିଲ୍ମ ‘ଆନନ୍ଦ’ ଥିଲା ଗୋଟିଏ। ହେଲେ ସେତେବେଳେ ଯାଏଁ ତାଙ୍କୁ ଷ୍ଟାରଡମ୍ ଆଖ୍ୟା ମିଳି ନ ଥିଲେ। ଲୋକମାନେ ତାଙ୍କୁ ଜାଣି ନଥିଲେ। ଅମିତାଭ ବଚ୍ଚନ ଟ୍ୱିଟରରେ ଜଣେ ପ୍ରଶଂସକଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ, ଫିଲ୍ମ ରିଲିଜ ହେବା ପର୍ଯ୍ୟନ୍ତ ଲୋକମାନେ ତାଙ୍କୁ ଚିହ୍ନି ନଥିଲେ। ସେ ସକାଳେ ତାଙ୍କ କାରରେ ପେଟ୍ରୋଲ ଭରିବାକୁ ଯାଇଥିଲେ ସେତେବେଳେ କେହି ତାଙ୍କୁ ଚିହ୍ନି ନଥିଲେ। କିନ୍ତୁ ସନ୍ଧ୍ୟାରେ ଯେତେବେଳେ ସେ ପୁଣି ସେହି ସମାନ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ, ତାଙ୍କୁ ଦେଖିବା ପାଇଁ ଭିଡ଼ ଜମିଥିଲା। ନିଜ ଅଜାଣତରେ ସେତେବେଳକୁ ସେ ଷ୍ଟାର ବନି ଯାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories