କଟକ- ଜଗତପୁରର ପଣ୍ତାସାହି ନିକଟରେ ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡିଛି ଚଳନ୍ତା କାର୍ । ସୂଚନାଯୋଗ୍ୟ ଯେ ଦୁଇ ସାଙ୍ଗ ଭୁବନେଶ୍ଵର ରୁ କଟକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଛି । କାର୍ ଭିତରେ ୨ ଜଣ ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଙ୍କୁ ସୂଚନା ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ , ସ୍କୁବା ଡ୍ରାଇଭର ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ , ସ୍କୁବା ଡ୍ରାଇଭର କର୍ମଚାରୀ ମାନଙ୍କୁ ନିୟୋଜିତ ହୋଇଛନ୍ତି । ନଦୀ ଭିତରେ ଫସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କ କାର୍ ଭିତରେ ଫସିଥିବା ଅନୁମାନ କରାଯାଉଛି। ରାତି ହେବା ସହ ନଦୀରେ ପାଣିଥିବା କାରଣରୁ ଉଦ୍ଧାରକାର୍ଯ୍ୟରେ ବାଧା ଭପୁଜୁଛି ।



