କାର-ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ପରଜଙ୍ଗ ହାତୀଲୋଚାଣୀ ଛକ ନିକଟରେ ଏକ ବାଇକ ସହ କାର ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣଙ୍କ ହେଉଛନ୍ତି ତାଳଚେର ଥାନା କୁକୁଡୁଲା ଗ୍ରାମର ସୁବ୍ରତ ପ୍ରଧାନ।

ସୂଚନା ମୁତାବକ, କନ୍ତୁର ଗ୍ରାମରୁ ଏକ ବାହାଘର ଭୋଜି ଖାଇ ତାଳଚେର ଅଭିମୁଖେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ତେବେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି।

Comments are closed.