www.samajalive.in
Tuesday, December 9, 2025
23.1 C
Bhubaneswar

ରାସ୍ତା କଡ଼ରେ ଠିଆ ହୋଇଥିବା ଇନୋଭା ଉପରେ ଚଢ଼ିଗଲା ବସ୍‌: ୨ ମୃତ, ୨୫ ଆହତ

ବୌଦ୍ଧ: ବୌଦ୍ଧ ସହର ମହାନଦୀ ପୋଲ ଅପରପାର୍ଶ୍ବ କିଆକଟା ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଇନୋଭା କାର୍‌ ଉପରେ ଯାତ୍ରୀବାହୀ ବସ୍‌ ଚଢ଼ିଯିବା ଫଳରେ କାର୍‌ରେ ବସିଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ବସ୍‌ଯାତ୍ରୀ ଆହତ ହୋଇଛନ୍ତି। ମୃତକ ୨ ଜଣ ହେଲେ ଭବାନୀପାଟଣାର ଦନାର୍ଦନ ମହାପାତ୍ର ଏବଂ ଇନୋଭାର ଡ୍ରାଇଭର ବଲାଙ୍ଗୀରର ଶ୍ରୀକୃଷ୍ଣ ପଟେଲ। ମିଳିଥିବା ସୂଚନା ମୁତାବକ ଭବାନୀପାଟଣାର ଏକ ପରିବାରର ସଦସ୍ୟମାନେ ଅନୁଗୁଳ ଜିଲା କାମାକ୍ଷାନଗରରୁ ଏକ ନିର୍ବନ୍ଧ କାମ ସାରି ଫେରୁଥିବା ସମୟରେ କିଆକଟାଛକ ଠାରେ ଅଟକିଥିଲେ। ଗାଡ଼ିରେ ଥିବା ମହିଳାମାନେ ତଳକୁ ଓହ୍ଲାଇ ପରିସ୍ରା କରିବାକୁ ଯାଇଥିବା ବେଳେ ବୁର୍ଲାରୁ ବ୍ରହ୍ମପୁରକୁ ଯାଉଥିବା ଘରୋଇ ବସ୍‌ ବୃନ୍ଦାବନ (ଓଡି ୦୨ ଏକେ ୮୧୮୮) ଦ୍ରୁତ ଗତିରେ ଆସି ଛିଡ଼ା ହୋଇଥିବା କାର ଉପରେ ଚଢ଼ିଯିବା ସହ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ କାରରେ ବସିଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସଟି ଓଲଟି ଯିବା ଫଳରେ ବସରେ ବସିଥିବା ୨୧ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଆହତମାନଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। କିଆକଟା ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories