ରଖେ ହରି ମାରେ କିଏ ! ବନ୍ୟାରେ ବୁଡି ଯାଉଥିବା କାରରୁ ଉଦ୍ଧାର ପାଇଲେ ପରିବାର
ତୋଲଜା: ରଖେ ହରି ମାରେ କିଏ ! ଏହି ଉକ୍ତିର ସତ୍ୟତା ମୁମ୍ବାଇରେ ଦେଖିବାକୁ ମିଳିଛି। ବନ୍ୟ ସ୍ରୋତରେ ଭାସି ଯାଉଥିବା ଏକ କାରରୁ ପରିବାର ସମସ୍ତ ସଦ୍ୟସଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ତୋଲଜା ଘୋଟଗାଁରେ ଏହି ଘଟଣା ଘଟିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ନଦୀରେ ଏକ କାର ଭାସୁଛି ଏବଂ କାର ଉପରେ ପରିବାର ଲୋକ ବସିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଗାଁଲୋକ ଦେଖିଲା ପରେ ଦଉଡି ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଏହାକୁ ମୋବାଇଲରେ ରେକର୍ଡ କରାଯାଇଛି। ସୋମବାର ସଂଧ୍ୟା ସମୟର ଏହି ଘଟଣା ବୋଲି ଜଣପଡିଛି।
ସୂଚନାଯୋଗ୍ୟ, ଏକ ବଡ ଧରଣର ଦୁର୍ଘଟଣାରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୩୭ ବର୍ଷୀୟ ଅଶରଫ, ତାଙ୍କ ପତ୍ନୀ ହମିଦା ଓ ଦୁଇ ପିଲାଙ୍କ ସହ କାରରେ ଘୋଟଗାଁ ପୋଲ ଉପରେ ଯାଉଥିବା ବେଳେ ହଠାତ୍ ଜଳ ସ୍ରୋତ ବଢି ଯାଇଥିଲା। ଏହି ସମୟରେ ଅଶରଫ କାରକୁ ନିୟନ୍ତ୍ରଣ କରି ପାରି ନଥିଲେ ଏବଂ ଚାହୁଁଚାହୁଁ କାରଟି ନଦୀ ସ୍ରୋତ ଭାସି ଯାଇଥିଲା। ଗାଁଲୋକ ସେମାନଙ୍କୁ ବଞ୍ଚାଇବାକୁ ଜେସିବି ଓ ଦଉଡି ସାହଯ୍ୟ ନେଇଥିଲେ । ଜଣ ଜଣ କରି ସମସ୍ତଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରିଥିଲେ । ସର୍ବ ପ୍ରଥମେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ଓ ପରେ ପୁରୁଷଙ୍କୁ ଉଦ୍ଧାର କରାଯାଇଥିଲା।
ସ୍ଥାନୀୟପୁଲିସଙ୍କ କହିବାନୁଯାୟୀ, କାରରେ ଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ସେମାନଙ୍କ ମଧ୍ୟରୁ କେତେକ ଆହତ ହୋଇଥିବା ଜଣାପଡିଛି। ପ୍ରାଥମିକ ଚିତ୍ସା ପରେ ସେମାନଙ୍କୁ ଘରକୁ ପଠାଯାଇଛି।
video courtesy- Patrika