www.samajalive.in
Monday, December 8, 2025
14.1 C
Bhubaneswar

କେନାଲରାସ୍ତା ବେହାଲ ସ୍ଥିତିକୁ ନେଇ ରାସ୍ତା ଅବରୋଧ

ବରପାଲି : ବରପାଲି ବ୍ଲକ ବଲିଟିକ୍ରା ରେଶମ କେନାଲରାସ୍ତାର ଦୁରାବସ୍ତାକୁ ନେଇ ଅଚଂଳବାସୀ ବରପାଲି ରାମପୁର ରାସ୍ତାକୁ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ସୋମବାର ପୁର୍ବାହ୍ନରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଚଂଳବାସି ରାସ୍ତାରେ ଡ଼େରା ପକାଇ ଧାରଣାରେ ବସି ରହି ଥିବାରୁ ବହୁ ଯାନବାହାନ ରାସ୍ତା ଉପରେ ଅଟକି ରହିଯାଇଥିଲା। ଗତ ୨୦ ତାରିଖ ରାସ୍ତାର ପୁନଃଦ୍ଧାର କରାନଗଲେ ଆନ୍ଦୋଳନର ବାଟ ଆପାଣାଇବାକୁ ବାଧୟ ହେବୁ ବୋଲି ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ କେନାଲ ବିଭାଗିୟ କର୍ମକର୍ତ୍ତା ମାନଙ୍କୁ ଚେତାବନୀ ଦିଆଯାଇଥିଲା। ଉକ୍ତ ଦାବୀପତ୍ର ନକଲ ବରପାଲି କେନାଲ ଉପଖଣ୍ଡ ନିର୍ବାହୀଯନ୍ତ୍ରୀ,ଉପ ଜିଲ୍ଲାପାଲ,ପିଡି ଡ଼ିଆରଡ଼ିଏ,ଆଡ଼ି ନିର୍ବାହୀ ଯନ୍ତ୍ରୀ,ବିଧାୟିକା ବିଜେପୁର,ବିଧାୟିକା ଅତାବିରା,୫ଟି ସଚିବ ଭୁବନେଶ୍ୱର ପ୍ରମୁଖଙ୍କ ସହ ବରପାଲି ଓ ଭେଡ଼େନ ଥାନାଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ହେଲେ ସାତଦିନ ବିତିଗଲା ପରେ ମଧ୍ୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଥିବାରୁ ଅଚଂଳବାସି ଆନ୍ଦୋଳନତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ତିନିଘଣ୍ଟା ରାସ୍ତା ବନ୍ଦ ରହିବାରୁ କେନାଲ ବିଭାଗ ସ୍ଥାନିୟ ପୁଲିସ ଓ ପ୍ରଶାସନିକ କର୍ମକର୍ତ୍ତା ମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଆସନ୍ତା ତିନିମାସ ମଧ୍ୟରେ ରାସ୍ତାକାମ ନିଶ୍ଚିତ କରାଯିବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନକାରୀ ମାନେ ଧାରଣାରୁ ଓହରି ଯାଇଥିଲେ। ରାମପୁର ମୁଖ୍ୟରାସ୍ତାରୁ ବାହାରିଥିବା ରେଶମ କେନାଲ ରାସ୍ତାର ଅବସ୍ଥା ବର୍ତ୍ତମାନ ଗୁରୁତର ହେବା ସହିତ ଦୁର୍ଗମପଥରେ ପରିଣତ ହୋଇଗଲାଣି। ରାସ୍ତାର କେତେକାଶଂ ପିଚୁରାସ୍ତା ହୋଇଥିବା ସ୍ଥଳେ ବହୁ ଅଶଂ ପଥର ମାଟି ପକାଇ କଛିବର୍ଷ ପୂର୍ବେ ରାସ୍ତା ନିର୍ମାଣ କରାଯାଇଥିଲା। ନିର୍ମାଣ ସମୟରେ ସମ୍ପୁର୍ଣ୍ଣ ରାସ୍ତାର ନିର୍ମାଣ କରାନଯାଇ ବଲିଟିକିରା ପଟରୁ କିଛିଅଶଂ ବିନାକାରଣରେ ଛାଡ଼ି ଦିଆଯାଇଥିଲା। ଯାହାକି ବର୍ତ୍ତମାନ ସୁଦ୍ଧା ତାର ସଠିକ ଉତ୍ତର ବିଭାଗିୟଙ୍କ ନିକଟରୁ ମିଳିପାରିନାହିଁ। ହେଲେ ବଲିଟିକିରାରୁ ରେଶମ ପଟକୁ ଯାଇଥିବା ତିନ କିଲୋମିଟର  ସିଂଘେନପାଲି ପର୍ଯ୍ୟନ୍ତ ଅତ୍ୟନ୍ତ ଭୟଙ୍କର ସ୍ଥିତିକୁ ପହଞ୍ଚି ଗାତ ଖମାରରେ ଭର୍ତ୍ତି ହୋଇ ଗେଟିପଥର ଉଠି ଯାତାୟତରେ ଲୋକଙ୍କୁ ବହୁ ଅସୁବିଧାରେ ପକାଉଛି। ରାସ୍ତା ଉପରେ ଭେଡ଼େନ ବ୍ଲକର ୫ଟି ପଞ୍ଚାୟତ ଅଁଇଲାପାଲି, ଅରେଗୁଡି, ରେଶମ ,ତେନ୍ତୁଲିଟିକିରା ସହ ବହୁ ଗ୍ରାମର ଗ୍ରାମବାସି ରାସ୍ତା ଉପରେ ନିର୍ଭରଶିଳ ରହିଥିବା ବେଳେ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ବରପାଲିକୁ ଯିବାଆସିବା କରିଥାନ୍ତି। ସେହିପରି ବରପାଲି ବ୍ଲକର ସତଲମା,ତୁଲଣ୍ଡି,ପାଟକୁଲୁଣ୍ଡା ପଞ୍ଚାୟତର ଅନେକ ଗ୍ରାମର  ଗ୍ରାମବାସି ମାନେ ନିତ୍ୟ ବ୍ୟବହାର୍ଯ୍ୟ ଭାବରେ ରାସ୍ତାକୁ ବ୍ୟବହାରରେ ଆଣିଥାନ୍ତି। ଉକ୍ତ ରାସ୍ତାର ପ୍ରଶାଖା ରାସ୍ତା ଅଁଇଲାପାଲି ପ୍ରଶାଖା ରାସ୍ତାର ଅବସ୍ଥା ଆହୁରି ସଙ୍କଟଜନିତ ଭାବେ ପଡିରହିଛି। ସମସ୍ୟାକୁ ନେଇ ପୁର୍ବରୁ ମଧ୍ୟ ବହୁବାର  ଅଚଂଳବାସି ଆଲୋଚନା ମାଧ୍ୟମରେ କେନାଲ ବିଭାଗିୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ସମାଧାନ ପାଇଁ ଦାବି ଜଣାଇଥିଲେ। ହେଲେ ଦିନପରେ ଦିନ ବିତିଗଲା ମଧ୍ୟ ସମସ୍ୟାର ସମାଧାନ ହୋଇ ନଥିଲା। ତେଣୁ ଅନ୍ୟ ଉପାୟ ନ ପାଇ ଗ୍ରାମବାସୀ ଆଜି ଏହି ଦୃଢ଼ ପଦକ୍ଷେପ ଆପେଣାଇବାକୁ ବାଧ୍ୟ ହୋଇଛୁ ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories