ଭାରତ ବିରୋଧରେ ସ୍ୱର ବଦଲାଇଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ସହକର୍ମୀ
ଟରୋଣ୍ଟୋ: ଭାରତରୁ ଯିବା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟେଉଙ୍କର ସହ କର୍ମୀ ତଥା ତାଙ୍କର ସୁରକ୍ଷା ପରାମର୍ଶଦାତା ଖଲିସ୍ତାନ ଆତଙ୍କବାଦୀ ଅଟଓ୍ୱଲଙ୍କୁ ନୈଶ ଭୋଜିକୁ ନିମନ୍ତ୍ରଣ କରିବା ବିଷୟରେ ଭାରତ ବିରୋଧି ମନ୍ତବ୍ୟ ଦେଇଛନ୍ତି । ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଅଟଓ୍ୱଲଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କରିଥିବା କଥା ସେ କହିଛନ୍ତି । ଏହାକୁ କାନାଡର ପ୍ରଧାନମନ୍ତ୍ରୀ ସମର୍ଥନ ଦେଲାପରି କାନାଡା ସରକାରଙ୍କ ଜଣେ ଅଭିଜ୍ଞ ଓ ପ୍ରତିରକ୍ଷା ପରାମର୍ଶଦାତାଙ୍କର ଏପରି ମନ୍ତବ୍ୟ ସେ କିଛି ଜାଣିଥିବାରୁ କହିଛନ୍ତି ବୋଲି ସୂଚନା ଦେଇଛନ୍ତି । ଭାରତ ଏହି ମନ୍ତବ୍ୟକୁ ତଥ୍ୟ ପ୍ରମାଣ ବିନା ଦିଆଯାଇଥିବା ମନ୍ତବ୍ୟ କହିବା ସହ ଅଭିଯୋଗକୁ ଅସ୍ୱୀକାର କରିଛି ।
ଏହାପରେ କାନାଡାରେ ବିରୋଧ ଆରମ୍ଭ ହୋଇଛି । ବିରୋଧି କଞ୍ଜରଭେଟିଭ ପାର୍ଟିର ସଦସ୍ୟମାନେ ଟ୍ରୁଡ୍ୟେଉ ଏହାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି । ଅଖଣ୍ଡ ଭାରତ ଘୋଷଣା ପାଇଁ ବିରୋଧି ଦଳ କାନାଡାରେ ସଂସଦରେ ଏକ ବିଧେୟକ ଆଣିଛି । ଏହା ସହ ଖାଲିସ୍ତାନ ବିଛିନ୍ନତା ବାଦିଙ୍କୁ କାନାଡାର ବିରୋଧି ଦଳ ନିନ୍ଦା କରିଛି ।