ନୂଆଦିଲ୍ଲୀ : ଅପରାଧିକ ମାମଲାରେ ସହାୟତା, ଅପରାଧୀଙ୍କ ପ୍ରତ୍ୟର୍ପଣ ଏବଂ ଆବଶ୍ୟକ ପଡ଼ିଲେ ଆଇନଗତ ସହଯୋଗ ପ୍ରଦାନ ନିମନ୍ତେ ଭାରତ ଏବଂ ମୋରୋକୋ ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଏହି ସୂଚନା ପ୍ରଦାନ କରିଛି। ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏବଂ ମୋରୋକୋ ପକ୍ଷରୁ ଆଇନ ମନ୍ତ୍ରୀ ମହମ୍ମଦ ଔଜାର ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି।
ଏହି ରାଜିନାମା ଦ୍ୱାରା ମୋରୋକୋ ସହ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ରାଜିନାମା ତଦନ୍ତ ଏବଂ ମୋକଦ୍ଦମା ପାଇଁ ଆଇନର ଢାଞ୍ଚା ପ୍ରସ୍ତୁତିରେ ସହାୟକ ହେବ। ଏହାସହ ଅପରାଧ ହ୍ରାସ, ଅପରାଧୀଙ୍କ ପ୍ରତ୍ୟର୍ପଣ, ଆତଙ୍କବାଦ ତତ୍ତ୍ୱଙ୍କ ଚିହ୍ନଟ ଓ ସେମାନଙ୍କୁ ଆର୍ଥିକ ପାଣ୍ଠି ଯୋଗାଣ ସମ୍ପର୍କରେ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।
ଉଭୟ ଦେଶ ମିଳିତ ଭାବେ ଆତଙ୍କବାଦର ମୁକବିଲା ପାଇଁ ସଂକଳ୍ପ ନେଇଛନ୍ତି।
ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ-ମୋରୋକୋ ରାଜିନାମା ସ୍ୱାକ୍ଷର
Popular Categories



