www.samajalive.in
Saturday, December 6, 2025
23.1 C
Bhubaneswar

ଚର୍ଚ୍ଚାରେ ଶରଦ-କୁଶୱାହାଙ୍କ ସାକ୍ଷାତ ଆଲୋଚନା

ନୂଆଦିଲ୍ଲୀ : ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସ୍‍ପି) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଦିଲ୍ଲୀରେ ସୋମବାର ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ଭେଟିଛନ୍ତି। ଫଳରେ କୁଶୱାହା ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ଛାଡ଼ି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଯୋଗଦେବାକୁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଲଢିବା ପାଇଁ ମାତ୍ର ୨ଟି ଆସନ ମିଳିବାରୁ କୁଶୱାହା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏବେ ସେ ଜେଡିୟୁ ଏବଂ ବିଜେପି ସହ ମିଶି ନିର୍ବାଚନ ଲଢିବାକୁ ଚାହୁଁନଥିବା ସଂକେତ ଦେଇଛନ୍ତି। ଶରଦଙ୍କ ସହ ସାକ୍ଷାତକାର ପରେ କୁଶୱାହା କହିଥିଲେ ଯେ ନୀତୀଶ କୁମାର ତାଙ୍କ ଦଳର ବିଧାୟକଙ୍କୁ ନିଜ ପଟକୁ ନେବା ପାଇଁ ପ୍ରଲୋଭିତ କରୁଛନ୍ତି। ସେ ଆରଏଲଏସ୍‍ପିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନୀତୀଶ ଏଥିରେ ସଫଳ ହେବେ ନାହିଁ।
ଅପରପକ୍ଷରେ କୁଶୱାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ବୋଲି ଜାଣିବାକୁ ମିଳିଛି। ବିହାରରେ ଲୋକସଭା ଆସନ ଭାଗବଣ୍ଟାକୁ ନେଇ ସେ ଅମିତ ଶାହାଙ୍କ ସହ ଆଉଥରେ ଆଲୋଚନା କରିବେ ବୋଲି କୁହାଯାଉଛି। ହେଲେ ଏଭଳି ସମୟରେ କୁଶୱାହା ଓ ଶରଦଙ୍କ ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି। ବିରୋଧୀଙ୍କ ମହାମେଣ୍ଟରେ ମିଶିବା ପାଇଁ କୁଶୱାହା ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories