କୂଅରେ ପଡି ଦୁଇ ନାବାଳିକା ମୃତ
ଅନୁଗୁଳ: ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଆଲୁରୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପଞ୍ଚାୟତର ଅର୍ଜୁନଝରି ଗ୍ରାମରେ ଆଜି ଚାରି ବର୍ଷର ଦୁଇ ନାବାଳିକା ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସାରି ଘରକୁ ଫେରୁଥିବା ବେଳେ ଏକ କୂଅରେ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଖମାର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଦୁଇ ଜଣକର ମୃତ୍ୟୁବରଣ ହୋଇଛି । ଦୁଇ ମୃତକଙ୍କ ପରିଚୟ ମିଳିଛି ସେମାନେ ହେଲେ ପଲ୍ଲବି କିସାନ ଓ ଲଭ୍ଲି କିସାନ। ସେମାନଙ୍କ ବୟସ ଚାରି ବର୍ଷ ହେବ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି କୁଅଟି ସରକାର କୂଅ ହୋଇଥିବା ବେଳେ ଏଥିରେ କୌଣସି ଢ଼ାଙ୍କୁଣୀ ନଥିବାରୁ ଏଭଳି ଅଘଟଣ ଘଟୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ମୃତକ ଦୁଇ ନାବାଳିକାର ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।