www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀଜିଉଙ୍କୁ ଦର୍ଶନ କରି ଝିଅ ବିବାହର ନିମନ୍ତ୍ରଣ ପତ୍ର ଅର୍ପଣ କଲେ ମୁକେଶ ଅମ୍ବାନୀ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା  ସହ  ଝିଅ ଇଶା ଅମ୍ବାନୀର ବିବାହ ନିମନ୍ତ୍ରଣ ପତ୍ର ଅର୍ପଣ କରିଛନ୍ତି ଭାରତର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୧୮ରେ ଦ୍ୱିତୀୟ ଅଧିବେଶନରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଛନ୍ତି । ସୋମବାରେ ଏହାର ଅଧିବେଶନରେ ଯୋଗଦେବା ପରେ ମୁକେଶ ଅମ୍ବାନୀ ପୁରୀ ଯାଇଥିଲେ ।

ସୋମବାର ଅପରାହ୍ନ ୩.୩୦ ମିନିଟ୍‌ରେ ମୁକେଶ ଆମ୍ବାନୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ସିଂହଦ୍ୱାର ନିକଟରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଏକ ଖଣ୍ଡୁଆ ପାଟ ଦିଆଯାଇ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଶ୍ରୀମନ୍ଦିର ଭିତରକୁ ଯାଇ ଭିତରକାଠ ନିକଟରୁ ଶ୍ରୀ ଜୀଉଙ୍କୁ ଦର୍ଶନ କରି ମୁକେଶ ଅମ୍ବାନୀ ଭାବ ବିହ୍ବଳ ହୋଇ ଯାଇଥିଲେ । ଶ୍ରୀ ଜିଉଙ୍କ ଉଦ୍ଦେଶ୍ୟରେ ତାଙ୍କର କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକା ଝିଅ ଇଶା ଆମ୍ବାନୀଙ୍କ ବିବାହର ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ପୂଜାର୍ଚ୍ଚନା ପରେ କରିବା ପରେ ଗୁଆ ଓ ଆଜ୍ଞାମାଳ ଆମ୍ବାନୀଙ୍କୁ ପ୍ରଦାନ କରାଯାଇଥିଲା । ପରେ ଶ୍ରୀମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିର ପୂଜା କରିବା ପରେ କୌଳିକ ପଣ୍ଡାଙ୍କ ଯାତ୍ରୀ ଖାତାରେ ଦସ୍ତଖତ କରିବା ସହ ଦକ୍ଷିଣା ଦେଇ ବାହାରକୁ ଆସିଥିଲେ । ଶ୍ରୀମନ୍ଦିର ପାଣ୍ଠିକୁ ମୁକେଶ ଅମ୍ବାନୀ କୌଣସି ଅର୍ଥ ପ୍ରଦାନ କରି ନଥିବା ଜଣାପଡିଛି । ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ମୁକେଶ ଅମ୍ବାନୀଙ୍କୁ ମହାପ୍ରଭୁଙ୍କ ଫଟୋ ଚିତ୍ର ସହ ଏକ ପୁସ୍ତକ ପ୍ରଦାନ କରିଯାଇଛି ।

- Advertisement -

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories