www.samajalive.in
Friday, December 5, 2025
26.1 C
Bhubaneswar

୭୦% ପାକିସ୍ତାନୀ ଜାଣିନାହାନ୍ତି ଇଣ୍ଟରନେଟ୍‍ କ’ଣ

ଇସଲାମାବାଦ : ପାକିସ୍ତାନରେ ୧୫ରୁ ୬୫ ବର୍ଷ ବୟସର ୭୦% ଲୋକ ଇଣ୍ଟରନେଟ୍‍ କ’ଣ ଜାଣିନାହାନ୍ତି। ଇନଫର୍ମେସନ୍‍ କମ୍ୟୁନିକେଶନ୍‍ ଟେକ୍ନୋଲୋଜି (ଆଇସିଟି)ର ସର୍ବେକ୍ଷଣ (ସର୍ଭେ)ରୁ ଏହା ପଦାକୁ ଆସିଛି। ସାରା ବିଶ୍ୱରେ ଇଣ୍ଟରନେଟ୍‍ ଏକ ସାଧାରଣ କଥାରେ ପରିଣତ ହୋଇଥିଲା ବେଳେ ପାକିସ୍ତାନ ଭଳି ଦେଶରେ ୭୦% ଲୋକ ଏହା କ’ଣ ନଜାଣିବା ଚର୍ଚ୍ଚାର ବିଷୟ ହୋଇଛି।
ପାକିସ୍ତାନ ଖବରକାଗଜ ‘ଡନ୍‍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ସର୍ଭେରେ ପାକିସ୍ତାନର ୨,୦୦୦ ପରିବାରଙ୍କୁ ସାମିଲ କରାଯାଇଥିଲା। ସେଥିମଧ୍ୟରୁ ୧୫ରୁ ୬୫ ବର୍ଷ ବୟସର ମାତ୍ର ୩୦% ଲୋକ ଇଣ୍ଟରନେଟ୍‍ ବିଷୟରେ ଜାଣିଥିଲେ। ଅର୍ଥାତ ବାକି ୭୦% ଲୋକଙ୍କୁ ଇଣ୍ଟରନେଟ୍‍ କ’ଣ ଜଣାନଥିଲା।
ନମୁନା ଚୟନ ପଦ୍ଧତିରେ ୧୫ରୁ ୬୫ ବର୍ଷ ବୟସ୍କ ୯୮% ଜନସଂଖ୍ୟାର ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯାଇଥିଲା ବୋଲି ସର୍ଭେରେ ଦାବି କରାଯାଇଛି। ୨୦୧୭ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ କେତେଜଣ ଲୋକ ଆଇସିଟି ସେବାର ବ୍ୟବହାର କରୁଛନ୍ତି ଓ ଏହା ବିଷୟରେ ଜାଣିଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା। ଉନ୍ନତ ଧରଣର ସିମ ପଞ୍ଜିକରଣ ବ୍ୟବସ୍ଥା ପରେ ବି ପାକିସ୍ତାନ ଟେଲି ଯୋଗାଯୋଗ ନିଗମ (ପିଟିଏ) ୱେବସାଇଟ୍‍ରେ ମାତ୍ର ୧୫୨ ନିୟୁତ ସକ୍ରିୟ ସେଲୁଲର ବ୍ୟବହାରକାରୀ (ସବସ୍କ୍ରାଇବର)ଙ୍କ ବିଷୟରେ ତଥ୍ୟ ଦିଆଯାଇଛି। କେବଳ ପାକିସ୍ତାନ ନୁହେଁ ଏସିଆରେ ଅନ୍ୟ କେତେକ ଦେଶର ଲୋକ ଇଣ୍ଟରନେଟ୍‍ ବିଷୟରେ ଜାଣିନଥିବା ସାମ୍ନାକୁ ଆସିଛି। ଇଣ୍ଟରନେଟ୍‍ ସମ୍ପର୍କରେ ସଚେତନତାର ଅଭାବ ଯୋଗୁଁ ଲୋକେ ଏହା ବିଷୟରେ ଜାଣିପାରୁନାହାନ୍ତି ବୋଲି କୁହାଯାଇଛି। ସର୍ଭେ ଅନୁସାରେ ପୁରୁଷଙ୍କ ତୁଳନାରେ ପାକିସ୍ତାନ ମହିଳା ୪୩% କମ ଇଣ୍ଟରନେଟ୍‍ ବ୍ୟବହାର କରନ୍ତି। ଭାରତରେ ଏହି ପାର୍ଥକ୍ୟ ୫୭% ଏବଂ ବାଂଲାଦେଶରେ ୬୨% ରହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories