ନୂଆଦିଲ୍ଲୀ : ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳକୁ କେନ୍ଦ୍ର କ୍ୟାବିନେଟ ୧୧ ମାସ ପାଇଁ ବୃଦ୍ଧି କରିଛନ୍ତି । ସେ ୨୦୨୦ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଆସନ୍ତା ଶନିବାର ସେ ତାଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିବେ।
ସେହିପରି ୨୦୨୦-୨୧ ଆର୍ଥିକ ବର୍ଷପାଇଁ ୨୦୨୦ ଅକ୍ଟୋବର ୩୦ ତାରିଖ ସୁଦ୍ଧା ପଞ୍ଚଦଶ ଅର୍ଥ କମିଶନ୍ ଏହାର ପ୍ରଥମ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ୨୦୨୧-୨୨ ରୁ ୨୦୨୫-୨୬ ଆର୍ଥିକ ବର୍ଷଗୁଡ଼ିକ ପାଇଁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ଲାଗି ୨୦୨୦ କମିଶନ୍ଙ୍କ କାର୍ଯ୍ୟକାଳକୁ କ୍ୟାବିନେଟ୍ ବୃଦ୍ଧି କରିଛି । ଅର୍ଥ କମିଶନ୍ଙ୍କ କର୍ଯ୍ୟକାଳ ବୃଦ୍ଧି ହେବା ସହିତ ୨୦୨୦ରୁ ୨୦୨୬ ପର୍ଯ୍ୟନ୍ତ ଆର୍ଥିକ ବର୍ଷଗୁଡ଼ିକ ଲାଗି ବିଭିନ୍ନ ସୁପାରିସ୍ଗୁଡ଼ିକୁ ଚୂଡ଼ାନ୍ତ କରିବା ଓ ଅର୍ଥନୈତିକ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ରୂପାୟନର ପରୀକ୍ଷା ନିରୀକ୍ଷା କରିବାକୁ ଏହା ଅର୍ଥ କମିଶନ୍କୁ ସାହାଯ୍ୟ କରିବ। ଏହାଦ୍ୱାରା କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଯୋଜନା ପ୍ରସ୍ତୁତରେ ଏହା ମଧ୍ୟ ସହାୟକ ହେବ।



