www.samajalive.in
Monday, December 15, 2025
17.1 C
Bhubaneswar

ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର :  ରାଜ୍ୟ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ କମିଟି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ୍ତ୍ରୀପଦର ଅପବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦ ଠାରେ “ଟୁରିଜିମ୍‍ ରୋଡ୍‍ ସୋ”ରେ ଭାଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜର ବ୍ୟକ୍ତିଗତ ଅତିଥି ଭାବେ ଦୁଇଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଏବଂ ହୋଟେଲ ତାଜ୍‍ କ୍ରିଷ୍ଣା ଠାରେ ରହିବା ବନ୍ଦୋବସ୍ତ କରିବାରେ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି।

- Advertisement -

ସଂପୃକ୍ତ ମହିଳା ଦୁଇଜଣଙ୍କୁ ମନ୍ତ୍ରୀ ନିଜ ସହ ଅତିଥି ଭାବରେ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେଇଛନ୍ତି ନା ନାହିଁ? ହାଇଦ୍ରାବାଦ ଠାରେ ତାଜ୍‍ କ୍ରିଷ୍ଣା ହୋଟେଲରେ ମନ୍ତ୍ରୀ ଏବଂ ଦୁଇଜଣ ମହିଳାଙ୍କ ରହଣିର ହୋଟେଲ ଖର୍ଚ୍ଚ କିଏ ବହନ କରିଛି, ଓଟିଡିସି ନା ଅନ୍ୟ ସଂସ୍ଥା?

ଅନ୍ୟ ସଂସ୍ଥା ଠାରୁ ଅନୁଗ୍ରହ ଆଣିବାରେ ଓଟିଡିସିର ଭୂମିକାର ତଦନ୍ତ ହେଉ ବୋଲି ଶ୍ରୀ ନାୟକ ଦାବି କରିବା ସହ ଏ ଘଟଣାରେ କଣ ସତ୍ୟାସତ୍ୟ ରହିଛି ମୁଖ୍ୟମନ୍ତ୍ରୀ ଅବିଳମ୍ବେ ସ୍ପଷ୍ଟିକରଣ ଦିଅନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories