ରାଜ୍ୟ କ୍ୟାବିନେଟ ଆଜି ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ, ୧୯୮୭ରେ କେତେକ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଭଳି ପରିସ୍ଥିତି ଉପୁଜୁଥିବାରୁ ଆଇନ ବ୍ୟବସାୟ କ୍ଷେତ୍ରରେ ଗୁରୁତର ବାଧା ସୃଷ୍ଟି ହେଉଛି ଏବଂ ଆଇନଜୀବୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ କରୁଥିବା ଆଇନଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଅଧିବକ୍ତା କଲ୍ୟାଣ ପାଣ୍ଠିକୁ ଯେଭଳି ଉପଯୋଗ କରାଯାଇ ପାରିବ ସେଥିପାଇଁ ଅନୁମତି ଦେବା ସକାଶେ ଏହି ଅଧିନିୟମରେ ସଂଶୋଧନ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଏହି ଅଧିନିୟମ ଅନୁଯାୟୀ ଓଡିଶା ବାର କାଉଁସିଲ ଆଇନଜୀବୀମାନଙ୍କୁ ଅବସରକାଳୀନ ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିଥାଏ।



