www.samajalive.in
Friday, December 5, 2025
26.1 C
Bhubaneswar

ଆନ୍ଧ୍ର-ଓଡିଶା ସୀମାନ୍ତରେ ପୁଲସ ବିରୋଧୀ ରାଲି

ମାଲକାନଗିରି : ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳରେ ପୁଲସ ବିରୋଧରେ ଏକ ରାଲି ହୋଇଥିବା ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ରାଳେଗାଡ଼ା ପଂଚୟତର ସୀମାନ୍ତ ଓ ଆନ୍ଦ୍ର ସୀମାନ୍ତ ଭିଷାଖାପାଟଣାମ୍ ଜିଲ୍ଲାର ପେଦାବାଇଲୁ ଥାନ ତଥା ବ୍ଲକ ଅନ୍ତର୍ଗତ ଇଂଜେଇଠାରେ ଶହର୍ଷ ଆଦିବାସୀ ଏକଜୁଟ ହୋଇଥିଲେ। ସମସ୍ତ ଆଦିବାସୀ ପୁଲିସ ବିରୋଧରେ ରାଲି ଓ ସ୍ଲୋଗାନ ଦେଇଥିଲେ। ନିରୀହ ଆଦିବାସୀଙ୍କୁ ନକ୍ସଲ ଓ ନକ୍ସଲସମର୍ଥକ କହି ବିନା କାରଣରେ ଗିରଫ କରିବା ବନ୍ଦ କରାଯାଉ ବୋଲି ରାଲି ମାଧ୍ୟମରେ ଦାବି ଜଣାଇଥିଲେ। ପୁଲିସ ଜୁଲମ ଆଦିବାସୀଙ୍କ ଉପରେ ବନ୍ଦ କରାଯାଉ, ନିରୀହ ଲୋକଙ୍କୁ ନକ୍ସଲ ସମର୍ଥକ କହି ତାଙ୍କ ବିରୋଧରେ ପୋଷ୍ଟେର, ବ୍ୟାନର ମାରିବା ବନ୍ଦ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ। ପୁଲିସର ପ୍ରତିହିଂସା କାର୍ଯ୍ୟ ଉପରେ ସାଂସଦ ଓ ବିଧାୟକ ନିରୀହ ଲୋକଙ୍କପାଇଁ ପ୍ରତିବାଦ କରନ୍ତୁ ଦାବି କରିଥିଲେ । ଯଦି ପୁଲିସ ନକ୍ସଲ ନାମରେ ଅତ୍ୟଚାର ବନ୍ଦ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପୁଲିସ ଗିରଫ କରିଥିବା ଛଅ ଜଣ ଆଦିବାସୀଙ୍କୁ ବିନା ସର୍ତ୍ତରେ ମୁକ୍ତ କରାଯାଉ ବୋଲି ରାଲିରେ ଦାବି ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories