www.samajalive.in
Saturday, December 6, 2025
15.1 C
Bhubaneswar

ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ, ସ୍ୱାଭାବିକ ହେଉଛି ବନ୍ୟାଜଳ ନିଷ୍କାସନ

ପିପିଲି: ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବୁଧବାର ସଂନ୍ଧ୍ୟା ସୁଦ୍ଧା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଉଭୟ ନଦୀର ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘଳିଆ ଗୁଡିକର ସଫଳ ମରାମତି କରାଯାଇଥିବା ବେଳେ ନଦୀବନ୍ଧ ଉପରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପୂର୍ଣ୍ଣମୀ ଯୋଗୁଁ ନଦୀରୁ ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେବାରେ ବିଳମ୍ବ ଘଟିଥିଲା। ତେବେ ବୁଧବାର ସଂନ୍ଧ୍ୟା ପରଠାରୁ ନଦୀର ବନ୍ୟାଜଳ ନିଷ୍କାସନ ଧିରେ ଧିରେ ସ୍ୱାଭାବିକ ହେଉଥିବା ସୂଚନା ମିଳିଛି। ଆସନ୍ତା କାଲି ସୁଦ୍ଧା ଉଭୟ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି।

ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସେଠାରେ ସର୍ବାଧିକ ଜଳସ୍ତର ୧୧.୧୯ ମିଟର ରହିଥିଲା। ଆଜି ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ୧୦.୯୧ ମିଟରରେ ପ୍ରବାହିତ ହେଉଛି। ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସର୍ବାଧିକ ଜଳସ୍ତର ୧୨.୧୫ମିଟର ରହିଥିଲା। ଆଜି ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ୧୧.୬୭ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଭାର୍ଗବୀ ନଦୀର ହରିପୁରଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବାବେଳେ ସେଠାରେ ସର୍ବାଧିକ ଜଳସ୍ତର ୧୩.୧୧୫ ମିଟର ରହିଥିଲା। ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ୧୨.୬୧୫ ମିଟର ଉଚ୍ଚରେ ପ୍ରବାହିତ ହେଉଥିବା ସୂଚନା ମିଳିଛି।

- Advertisement -

ପୋପରଙ୍ଗା ପଞ୍ଚାୟତର ପାଚଲପୁର ନିକଟରେ ଗହୀରଜମିର ଉଦ୍‍ବୃତ୍ତ ଜଳକୁ ନିଷ୍କାସନ କରିବା ଉଦ୍ଦେଶ୍ୟରେ ଗଙ୍ଗୁଆ ନଦୀବନ୍ଧକୁ କେତେକ ବ୍ୟକ୍ତି କାଟି ଦେଇଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି। ଫଳରେ ଗଙ୍ଗୁଆ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବା ବେଳେ ଗଙ୍ଗୁଆ ନଦୀ କାକୁଡିଆ ଠାରେ ଦୟାନଦୀରେ ମିଶି ସେଠାରେ ଦୟାନଦୀର ଜଳସ୍ତରକୁ ଅଧିକ ବୃଦ୍ଧି କରାଉଥିବା ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି। ୫ଦିନ ଧରି ଉଭୟ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେବା ଫଳରେ ନଦୀବନ୍ଧ ଦୁର୍ବଳ ହୋଇ ବହୁ ଘଳିଆ ସୃଷ୍ଟି ଫଳରେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଭୟଭିତ ହୋଇ ପଡିଥିଲେ। ତେବେ ଆଜି ଉଭୟ ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ଆଶ୍ୱସ୍ତି ହୋଇଛନ୍ତି। ଦୟାନଦୀର କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ବନ୍ୟାଜଳ ଦ୍ୱାରା ଶହ ଶହ ହେକ୍ଟର ଚାଷଜମି ଏବେବି ଜଳମଗ୍ନ ହୋଇ ରହିଥିବା ବେଳେ ବହୁଗ୍ରାମ ଜଳବନ୍ଦୀ ହୋଇରହିଛି। ପିପିଲି-ଜଟଣୀ ରାସ୍ତାର ବାରିମୂଳ ନିକଟରେ ରାସ୍ତା ଉପରେ ଅଢେଇ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସେହି ରାସ୍ତାରେ ଗାଡିମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories