www.samajalive.in
Saturday, December 6, 2025
23.1 C
Bhubaneswar

ବନ୍ୟା ନିୟନ୍ତ୍ରଣ ପାଇଁ ୩୫ବର୍ଷରେ କିଛି ହୋଇନାହିଁ : କଂଗ୍ରେସ

ପିପିଲି : ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ବନ୍ୟାର ସ୍ଥାୟୀ ନିୟନ୍ତ୍ରଣ ପାଇଁ ନିଜର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସ୍ଥାନୀୟ ବିଧାୟକ କିଛି କରିନଥିବା ନେଇ କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି। ଯେଉଁଥି ପାଇଁ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବଢିବା ମାତ୍ରେ କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ବନ୍ୟାଜଳ ମାଡିଯାଇ ହଜାର ହଜାର ଚାଷଜମିର ଫସଲ ନଷ୍ଟ ହେଉଛି। ପିପିଲି ଓ ଡେଲାଙ୍ଗ ସମେତ କଣାସ ବ୍ଲକରେ ମଧ୍ୟ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଚଳିତ ବର୍ଷର ବନ୍ୟାରେ ଚାଷଜମି ବ୍ୟତୀତ ଘରଦ୍ୱାରା, ଧାନଚାଉଳ, ଆସବାବପତ୍ର ଓ ପିଲାଙ୍କ ସାର୍ଟିଫିକେଟ୍‍, ବହିପତ୍ର ଓ ବିଭିନ୍ନ ଜରୁରୀ କାଗଜପତ୍ର ମଧ୍ୟ ନଷ୍ଟ ହୋଇଛି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର ଗୁରୁତର ଅଭିଯୋଗ କରିଛନ୍ତି।
ପିପିଲି ଓ ଡେଲାଙ୍ଗ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିବା ଅବସରରେ ଶ୍ରୀ ମିଶ୍ର କହିଥିଲେ ଯେ, ମାଧିପୁର ଓ କଣ୍ଟି କାଜ ଯୋଗୁଁ ଏହି ଅଞ୍ଚଳରେ ଲୋକେ ବନ୍ୟାର ତାଣ୍ଡବ ଲୀଳା ସହୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଦୟା, ଭାର୍ଗବୀ ନଦୀବନ୍ଧ ଠିକ୍‌ରେ ମରାମତି ହେଉନାହିଁ। ଯାହାଫଳରେ ବନ୍ୟା ସମୟରେ ଘଳିଆ ପଡୁଛି ଏବଂ ଘାଇ ସୃଷ୍ଟି ହେଉଛି। ଆଡିବନ୍ଧ ନିର୍ମାଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ। କେତେକ ଗ୍ରାମ ଚିହ୍ନଟ କରି ସେଠାକୁ ଯେପରି ବନ୍ୟା ଜଳ ପ୍ରବେଶ ନ କରିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରାଯିବା ଆବଶ୍ୟକ। କିନ୍ତୁ ଗତ ୩୫ ବର୍ଷ ଭିତରେ ବିଧାୟକ ମହାଶୟ ଏ ବିଷୟରେ ଚିନ୍ତା ମଧ୍ୟ କରିନାହାନ୍ତି। ଫଳରେ ଲୋକେ ବନ୍ୟା ଦ୍ୱାରା ସର୍ବସ୍ୱାନ୍ତ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ଗୁରୁତର ଅଭିଯୋଗ କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories