ବାଇପାସ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ, ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ
ଭୁବନେଶ୍ୱର: ଆଜି ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ପାଞ୍ଚ ପଞ୍ଚାୟତ (ବରିମୁଣ୍ଡ, କଲ୍ୟାଣପୁର, ରଘୁନାଥପୁର, ଇଂଜଣା ଓ ଦାଢା) ଏବଂ ଭୁବନେଶ୍ୱର ମହାନଗର ନିଗମର ୪ଟି ୱାର୍ଡ଼ରେ ବସବାସ କରୁଥିବା ହଜାର ହଜାର ଜନସାଧାରଣଙ୍କର ବହୁ ପ୍ରତିକ୍ଷିତ କାନପୁର ନଦୀବନ୍ଧ ରାସ୍ତାରୁ ହାଇଟେକ୍ ରାସ୍ତା ଭାୟା କୁଆଖାଇ ପୋଲ ବାଇପାସ୍ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ମନ୍ତ୍ରୀ, ଇସ୍ପାତ, ଖଣି ଓ ପୂର୍ତ୍ତି ବିଭାଗ, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କରକମଳରେ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ବାଇପାସ ରାସ୍ତା ନିର୍ମାଣ ଦ୍ୱାରା ସ୍କୁଲ ପିଲାମାନେ ସୁରକ୍ଷିତ ଭାବେ ଯାତାୟାତ କରିପାରିବା ସହିତ ବିନା ପ୍ରତିବନ୍ଧକରେ ରୋଗୀମାନଙ୍କ ଆମ୍ବୁଲାନ୍ସ ସେବା ଏବଂ ସର୍ବସାଧାରଣଙ୍କ ପାଇଁ ଏହା ସହାୟକ ହେବା ସହିତ ବହୁ ମୂଲ୍ୟବାନ୍ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ବିଧାୟକ ସୁଶାନ୍ତ କୁମାର ରାଉତ ନିଜ ମତ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ସ୍ଥାନୀୟ କର୍ପାରେଟର ମିନୁଶ୍ରୀ ଖୁଣ୍ଟିଆ, ସରପଞ୍ଚ ଦେବରାଜ ଭୋଇ, ହେମନ୍ତ ପରିଡ଼ା, ସମିତି ସଭ୍ୟ ନିହାରକାନ୍ତ ପଢିହାରୀ, ଭୁବନେଶ୍ୱର ମହାନଗର ନିଗମର ସମସ୍ତ କର୍ପୋରେଟର, ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁର, ନୃସିଂହ ଖାଡ଼ଙ୍ଗା, ପବିତ୍ର ସ୍ୱାଇଁ, ବସନ୍ତ ରଥ, ରାଜେନ୍ଦ୍ର ସ୍ୱାଇଁ, ଗୋପୀନାଥ ଦାସ, ବ୍ରଜ ସ୍ୱାଇଁ, ବ୍ରହ୍ମାନନ୍ଦ ଖୁଣ୍ଟିଆ, ଅଶିଳ କୁମାର ବ୍ରହ୍ମ, ଯୁବନେତା କୁନାଲ ରାଉତ, ଅନୁ ଖୁଣ୍ଟିଆ, ଆଦିକନ୍ଦ ରାଉତ, ନିର୍ମଳ ରାଉତ, ସନ୍ତୋଷ ନାଥ ଏବଂ ମଞ୍ଚେଶ୍ୱର ଗ୍ରାମ ଓ ଆଖ ପାଖ ଅଂଚଳର ବରିଷ୍ଠ ମୁରବି, ମା’ ଭଉଣୀ, ଯୁବକ ଛାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
Comments are closed.