www.samajalive.in
Monday, December 15, 2025
27.1 C
Bhubaneswar

ୟୁକ୍ରେନ ଉପରେ ରୁଷର ଡ୍ରୋନ ଆକ୍ରମଣ

କିଭ୍‌ : ୟୁକ୍ରେନ ଉପରେ ରୁଷ୍ ପୁନର୍ବାର ଆକ୍ରମଣ କରିଛି। ତିନି ଦିନ ଆକ୍ରମଣ ବନ୍ଦ କରିବା ପରେ ରୁଷ୍ ସୋମବାର ପୁନର୍ବାର ଆକ୍ରମଣ କରିଛି। ୟୁକ୍ରେନର ରାଜଧାନୀ କିଭ୍‌ର ବିଭିନ୍ନ ସ୍ଥାନରେ ରୁଷ୍ ଏହାର କାମିକାଝେ ଡ୍ରୋନ ମାଧ୍ୟମରେ ଆକ୍ରମଣ ଘଟାଇଛି। ଡ୍ରୋନ ମାଧ୍ୟମରେ ବୋମା ବର୍ଷଣ ଦ୍ବାରା ବିଭିନ୍ନ ଆବାସିକ କୋଠା ଧ୍ବଂସ ପାଇଛି। କିଭ୍ ମେୟର ଭିଟାଲି କ୍ଲିଟ୍‌ସକୋ ଏକ ଟେଲିଗ୍ରାମ ବାର୍ତ୍ତାରେ କହିଛନ୍ତି ଯେ ରୁଷ୍‌ର ଡ୍ରୋନଗୁଡିକ ସକାଳୁ ସକାଳୁ ସହରରେ ଆକ୍ରମଣ ଘଟାଇଥିଲା। ଏଥିପାଇଁ ସହରରେ ଯାତାୟାତ ବନ୍ଦ ରହିଥିଲା। କିଭ୍‌ର କେନ୍ଦ୍ରାଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତ ସପ୍ତାହରେ ରୁଷ୍ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା। ଏବେ ଏହା ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି। ତେବେ କେତେକ ଡ୍ରୋନ ୟୁକ୍ରେନ ସେନା ଆକାଶ ମାର୍ଗରେ ନଷ୍ଟ କରିଦେଇଥିଲା। ଅକ୍ଟୋବର ୧୦ରେ ୟୁକ୍ରେନ ଉପରେ ରୁଷ୍ ୭୫ଟି କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ୟୁକ୍ରେନର ସାଧାରଣ ଜନବସତିକୁ ଟାର୍ଗେଟ କରାଯାଇଥିଲା। ପାର୍କ, ପାଦଚଲା ରାସ୍ତା, ଶିକ୍ଷାନୁଷ୍ଠାନଗୁଡିକୁ ଟାର୍ଗେଟ କରି ରୁଷ୍ କ୍ଷେପଣାସ୍ତ୍ର ମାଡ କରିଥିଲା। କ୍ରିମିଆ ସେତୁ ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ ପରେ ରୁଷ୍ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ଘଟାଇଥିଲା। ଗତ ଫେବୃଆରୀରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ରୁଷକୁ ସହାୟତା ଯୋଗାଇ ଦେବାକୁ ଇରାନ ଘୋଷଣା କରିଛି। ରୁଷ୍‌କୁ କ୍ଷେପଣାସ୍ତ୍ର ଓ ଡ୍ରୋନ ଯୋଗାଇ ଦେବାକୁ ଯୋଜନା କରିଛି। ପ୍ରଥମ ପର୍ଯ୍ୟାୟରେ ରୁଷକୁ ସ୍ବଳ୍ପ ଦୂରଗାମୀ ବାଲଷ୍ଟିକ କ୍ଷେପଣାସ୍ତ୍ର ଯୋଗାଇ ଦେବ ଇରାନ। ଏହା ମଧ୍ୟରେ ଫତେହ-୧୧୦, ଜୋଲଫାଘର ରହିଛି। ଯାହା ୩୦୦ କିମି ଓ ୭୦୦ ଦୂରକୁ ନିଶାଣ କରିପାରିବ। ଏହା ସହିତ ଇରାନ ମୋହାଜେର-୬, କାମିକାଝେ ଡ୍ରୋନ ଯୋଗାଇ ଦେବ। କାମିକାଝେ ଡ୍ରୋନ ବା ସାହେଦ-୧୩୬ ଡ୍ରୋନ ୨୪୦୦ କିମି ଦୂରକୁ ଟାର୍ଗେଟ କରିପାରିବ। ଏହି ଯୁଦ୍ଧରେ ୟୁକ୍ରେନକୁ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସହାୟତା ଯୋଗାଇ ଆସୁଛନ୍ତି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories