www.samajalive.in
Sunday, December 7, 2025
14.1 C
Bhubaneswar

ଆରୟାନ ଖାଁ ମାମଲା: ଶାହରୁଖ ଅଭିନୀତ ସମସ୍ତ ବିଜ୍ଞାପନ ପ୍ରସାରଣ ବନ୍ଦ ରଖିଲା ବାଇଜୁସ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆରୟାନ ଖାଁ ବେଆଇନ ନିଶା ସେବନ ମାମଲାରେ ଏନସିବି ହାତରେ ଧରାପଡି ଜେଲ ଯିବାପରେ ଶାହରୁଖ ଖାଁଙ୍କ ଅଭିନୀତ ସମସ୍ତ ବିଜ୍ଞାପନ ପ୍ରସାରଣକୁ ବନ୍ଦ ରଖିଛି ପ୍ରମୁଖ ଏଡ-ଟେକ୍‌ କମ୍ପାନୀ ବାଇଜୁସ୍‌ । ସଂପ୍ରତି ଆରୟାନଙ୍କ ବିରୁଦ୍ଧରେ ଏନସିବି ଅଧିକ ତଦନ୍ତ ଜାରି ରଖିଥିବାବେଳେ ତାଙ୍କର ଜାମିନ ଆବେଦନ ମଧ୍ୟ ନାମଞ୍ଜୁର ହୋଇଯାଇଛି । ଏଭଳି ପରିସ୍ଥିତିରେ ଶାହରୁଖଙ୍କୁ ନେଇ ନିଜର ପ୍ରଚାର ପ୍ରସାର କରୁଥିବା ବାଇଜୁସ୍‌ ଶାହରୁଖ ଥିବା ସମସ୍ତ ବିଜ୍ଞାପନକୁ ବନ୍ଦ କରିଦେଇଛି । ଏହି ବିଜ୍ଞାପନଗୁଡିକ ନିମନ୍ତେ କମ୍ପାନୀ ଆଗୁଆ ବୁକିଂ କରିଥିବାବେଳେ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ଶିକାର ହେବାପରେ ସେଗୁଡିକର ପ୍ରସାରଣକୁ ବନ୍ଦ ରଖିଛି । ସୂଚନାଯୋଗ୍ୟ ଯେ ବାଇଜୁସ୍‌ ସମେତ ହୁଣ୍ଡାଇ, ଏଲଜି, ଦୁବାଇ ଟୁରିଜମ, ଆଇସିଆଇସିଆି ଏବଂ ରିଲାଏନ୍ସ ଜିଓ ଅନେକ ପ୍ରମୁଖ ସଂସ୍ଥାର ବିଜ୍ଞାପନରେ ଶାହରୁଖ ଖାଁ ପ୍ରମୁଖ ଚେହେରା ପାଲଟିଛନ୍ତି । ବାଇଜୁସ୍‌ ନିଜ ବ୍ରାଣ୍ଡ୍‌ର ପ୍ରଚାର ପ୍ରସାର ନିମନ୍ତେ ଶାହରୁଖଙ୍କୁ ପ୍ରତିବର୍ଷ ୩ରୁ ୪ କୋଟି ଟଙ୍କା ପ୍ରଦାନ କରୁଥିବା ଜଣାଯାଇଛି । ସେ ୨୦୧୭ରୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇ ରହିଛନ୍ତି ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories