www.samajalive.in
Sunday, December 14, 2025
17.1 C
Bhubaneswar

ଚା’ ବିକି ୩୫ଟି ରାଷ୍ଟ୍ର ବୁଲିଛନ୍ତି ଦମ୍ପତି

ଅର୍ଥର ଆବଶ୍ୟକତା ପ୍ରତ୍ୟେକ କ୍ଷେତ୍ରରେ ନିଶ୍ଚିତ ଭାବେ ଅଛି, କିନ୍ତୁ ଅଧିକ ଟଙ୍କା ରୋଜଗାର କଲେ ହିଁ ସବୁକିଛି ସମ୍ଭବ..ଏଇ ଧାରଣାକୁ ମନରୁ ବାହାର କରିଦେବା ଆବଶ୍ୟକ। କେରଳର କୋଚିନିବାସୀ ହେଲେ ବିଜୟନ୍ ଓ ତାଙ୍କ ପତ୍ନୀ ମୋହନା ବିଜୟନ୍। ଦୁହିଁଙ୍କୁ ବୟସ ୭୦ ପାର ହେଲାଣି, କିନ୍ତୁ ଦେଶବିଦେଶ ଭ୍ରମଣ କରି ନୂଆ କଥା ଶିଖିବାରେ, ଶୁଣିବାରେ ସେମାନଙ୍କ ଆଗ୍ରହ ଆଦୌ କମ୍ ହୋଇନାହିଁ। ୧୯୬୩ରେ ବିଜୟନ୍ ନିଜ ଚା’ ଦୋକାନ ‘ଶ୍ରୀ ବାଲାଜୀ କଫି ହାଉସ୍’ର ମୂଳଦୁଆ ପକାଇଲେ, ଦୋକାନଟି ଭଲ ଚାଲିବାର ବର୍ଷେ ପରେ ତାଙ୍କର ମୋହନାଙ୍କ ସହ ବିବାହ ହେଲା। ଏହି ଦମ୍ପତି ଭାରି ଭ୍ରମଣପ୍ରିୟ ଥିଲେ, ବିବାହର ପ୍ରଥମ କିଛି ବର୍ଷ ନିଜ ସଞ୍ଚିତ ଆୟରେ ପାଖଆଖ ସହର, ଦର୍ଶନୀୟସ୍ଥାନମାନ ସେମାନେ ବୁଲିଲେ। ସମୟକ୍ରମେ ସେମାନଙ୍କର ବିଦେଶୀ ରାଇଜ ବୁଲିବାରେ ଆଗ୍ରହ ହେଲା, ପାସପୋର୍ଟ ମଧ୍ୟ ହୋଇଗଲା। ଚା’ ଦୋକାନ ଆୟରୁ ସଞ୍ଚୟ କରି ସ୍ବାମୀ-ସ୍ତ୍ରୀ ଦୁହେଁ ମାଲେସିଆ ଯିବାକୁ ଯୋଜନା କଲେ। ପ୍ରତିଦିନ ତାଙ୍କ ଷ୍ଟଲ୍‌କୁ ୩୦୦-୪୦୦ ଗ୍ରାହକ ଆସୁଥିବାବେଳେ ମୋହନା ଆୟରୁ ୩୦୦ ଟଙ୍କା ସଞ୍ଚୟ କରିବା ଥୟ ଥିଲା। ଏସବୁ ପୁଞ୍ଜିକୁ ମିଶାଇବା ସହ ଏକ ସଂସ୍ଥାରୁ କରଜ ଆଣି ବିଜୟନ୍-ମୋହନାଙ୍କ ମାଲେସିଆ ଯାତ୍ରା ଆରମ୍ଭ ହେଲା। ସେଠାରୁ ଫେରିବା ପରେ ୨ ବର୍ଷ ମଧ୍ୟରେ ସେମାନେ କରଜ ଶୁଝି ଏଥରକ ଇଉରୋପୀୟ ରାଷ୍ଟ୍ର ଆଡ଼କୁ ମୁହାଁଇଲେ। ବିଦେଶୀ ରାଇଜର ସୁଦୃଶ୍ୟ ସ୍ଥାନ, ସେଠିକାର ଚଳଣି, ଖାଦ୍ୟପାନୀୟ ଦେଖି ଦୁହେଁ ପ୍ରଭାବିତ ହେବା ସହ ସେମାନଙ୍କ ଭ୍ରମଣ ନିଶା ଦୃଢ଼ ହେବାକୁ ଲାଗିଲା। ପ୍ରତିଥର କରଜ କରି ବୁଲୁଥିବା ଏଇ ଦମ୍ପତି ୨ ବର୍ଷ ମଧ୍ୟରେ ଋଣ ପରିଶୋଧ ମଧ୍ୟ କରନ୍ତି। ଗତ କିଛି ବର୍ଷ ମଧ୍ୟରେ ସେମାନେ ୨୩ରୁ ଅଧିକ ରାଷ୍ଟ୍ର ଭ୍ରମଣ କରିବା ସହ ଦୁହିଁଙ୍କ ମତରେ ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ, ନ୍ୟୁୟର୍କ ସହରର ଚାକଚକ୍ୟ ସେମାନଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଛି। କରୋନା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହେବା ପରେ ଦୁହେଁ ଡେନମାର୍କ, ହଲାଣ୍ଡ, ସ୍ବିଡେନ୍, ଗ୍ରୀନ୍‌ଲ୍ୟାଣ୍ଡ ଭ୍ରମଣ କରିବାକୁ ସ୍ଥିର କରିଛନ୍ତି। କେବଳ ଯେ ଧନିକ ଗୋଷ୍ଠୀ ବିଦେଶୀ ରାଇଜ ଭ୍ରମଣ କରିଥାନ୍ତି, ଏହି ମତାମତକୁ ବିଜୟନ୍-ମୋହନା ଭୁଲ୍ ପ୍ରମାଣିତ କରିଛନ୍ତି। ଛୋଟ ଷ୍ଟଲ୍‌ରେ ଚା’ ବିକି ମଧ୍ୟ ସେମାନେ ବିଶ୍ବର ୨୩ଟି ରାଇଜକୁ ଭ୍ରମଣ କରି ଅନ୍ୟମାନଙ୍କ ସମ୍ମୁଖରେ ଉଦାହରଣଟିଏ ହୋଇପାରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories