www.samajalive.in
Monday, December 15, 2025
17.1 C
Bhubaneswar

ନୂଆଶାସନ ସରପଞ୍ଚ ଉପନିର୍ବାଚନ ପ୍ରଚାର ଶେଷ, ୨୪ରେ ମତଦାନ

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଡାକ୍ତର ଚିନ୍ମୟ ମହାପାତ୍ର, ବିଜେପି ସମର୍ଥିତ ପ୍ରାର୍ଥୀ  ସୌମ୍ୟକାନ୍ତ ଦାଶ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ସୌମ୍ୟକାନ୍ତ ଓ ଚିନ୍ମୟଙ୍କ ମଧ୍ୟରେ କଡା ଟକ୍କ୍‍ର ହେବ ବୋଲି ସମୀକ୍ଷାରୁ ଜଣାପଡିଛି । ଏହି ପଞ୍ଚାୟତର ୧୨ଟି ୱାର୍ଡରେ ୨୫୬୯ ପୁରୁଷ ଓ ୨୧୬୨ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୪୭୩୧ ଜଣ ଭୋଟର୨୪ ତାରିଖରେ ମୋଟ୍‍ ୧୨ଟି ବୁଥ୍‌ରେ ମତଦାନ କରିବାକୁ ଥିବା ବେଳେ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ୍‍ ଗ୍ରହଣ କରାଯିବ । ୧୨ଟି ବୁଥ୍‌ରେ ୧୨ଜଣ ପ୍ରିଜାଇଡିଂ ଅଫିସର, ୧୨ଜଣ ପ୍ରଥମ ପୁଲିଂ ଅଫିସର ଓ ୧୨ଜଣ ଦ୍ୱିତୀୟ ପୁଲିଂ ଅଫିସର ଓ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନୂଆଶାସନ ପଞ୍ଚାୟତରେ ପୁଲିସ ପେଟ୍ରୋଲିଂକୁ ଅଧିକ କଡାକଡି କରାଯାଇଥିବା ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ  ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଠି ସୂଚନା ଦେଇଛନ୍ତି ।

ଏଠାରେ ସୂଚନା ଥାଉକି, ଗତ ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନୂଆଶାସନ ପଞ୍ଚାୟତରୁ ପ୍ରଫୁଲ୍ଲ କୁମାର ମେକାପ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ତେବେ ପ୍ରଫୁଲ୍ଲଙ୍କ ୩ଟି ସନ୍ତାନ ଥିବା ଦର୍ଶାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୌମ୍ୟକାନ୍ତ ଦାଶ ଅଦାଲତରେ ମାମଲା ରୁଜୁ କରିଥିଲେ । ଉକ୍ତ ମାମଲାର ବିଚାର କରି ଅଦାଲତ ଶ୍ରୀମେକାପଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିବା ପରେ ସରପଞ୍ଚ ପଦବୀ ଖାଲି ପଡିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories