www.samajalive.in
Sunday, December 14, 2025
26.1 C
Bhubaneswar

ଚଳନ୍ତା ଟ୍ରାକ୍ଟରରୁ ଖସି ଶ୍ରମିକଙ୍କ ମୃତ୍ୟୁ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ବୁରୁବୁଡା ନିକଟରେ ସୋମବାର ସଂନ୍ଧ୍ୟା ସମୟରେ ଚଳନ୍ତା ଟ୍ରାକ୍ଟରରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୂ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ ଜଣଙ୍କ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମର ଅନନ୍ତ କର୍ଣ୍ଣ (୩୨) ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ସଂନ୍ଧ୍ୟାରେ ପୁରୁଣାକଟକରୁ କୋଇଲା ବୋଝେଇ କରି ଟ୍ରାକ୍ଟରଟି କୋଇଲିସୂତା ଫେରୁଥିଲା। ଏହି ସମୟରେ କୋଇଲା ବୋଝେଇ ଟ୍ରାକ୍ଟର ଡାଲା ଉପରେ ବସିଥିବା ଅନନ୍ତ କର୍ଣ୍ଣ ନାମକ ଜଣେ ଶ୍ରମିକ ବୁରୁବୁଡା ନିକଟରେ ଗାଡିରୁ ଖସିପଡିବାରୁ ତାଙ୍କ ଉପରେ ଟ୍ରାକ୍ଟର ଚକା ଚଢିଯାଇଥିଲା। ତାଙ୍କୁ ମୁର୍ମୂଷୂ ଅବସ୍ଥାରେ ପୁରୁଣାକଟକ ମେଡିକାଲ ଚିକିତ୍ସା ପାଇଁ ପଂହଚାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଅନନ୍ତଙ୍କ ଗୋଟିଏ ପୁଅ, ଗୋଟିଏ ଝିଅ, ପତ୍ନୀ ଥିବା ଜଣାପଡିଛି। ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories