ଗଡ଼ିଲାନି ଚକା, ଲୋକେ ହନ୍ତସନ୍ତ

0

କଟକ : ବୁଧବାର ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ ଧର୍ମଘଟ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଘରୋଇ ବସ୍‌ ଚକା ଗଡିନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଓ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଅଟୋ ଓ ଟାକ୍ସି ଚାଳକମାନେ ସ୍ୱଭାବିକଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହେଉଛି । ମଙ୍ଗଳବାର ବସ୍‌ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବାବେଳେ ବୁଧବାର ରାଜ୍ୟ ସଚିବାଳୟଠାରେ ପୁଣି ଥରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ବସ୍‌ ଧର୍ମଘଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିଥିବାରୁ ବସ୍‌ ଷ୍ଟାଣ୍ଡ, ରେଲୱେ ଷ୍ଟେସନମାନଙ୍କରେ ଅଟକି ରହିଥିବା ଲୋକେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ।

Leave A Reply