www.samajalive.in
Monday, November 17, 2025
17.1 C
Bhubaneswar

କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ

ସମାଜ ଡିଜିଟାଲ ଡେସ୍କ:  କଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ । ନେତାଜୀ ବସ୍‍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି ।  ପ୍ରତିଦିନ କଟକକୁ ବିଭିନ୍ନ ଜିଲାରୁ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ଯାତ୍ରୀ ଯାତାୟାତ କରିଥାନ୍ତି । ଏଥିପାଇଁ କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ବସ ଚଳାଚଳ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲାକୁ ଏଠାରୁ ବସ ଚଳାଚଳ କରୁଛି ।
ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି। କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ। ଭସାଣ ବେଳେ ଗଣ୍ଡଗୋଳରୁ ଲାଗିରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବାତିଲ୍ କରାଯାଇଥିବା ନେଇ ସୂଚନା ଦେଇଛି ଗୃହ ବିଭାଗ । ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଜିଲ୍ଲାପାଳ କହିଛନ୍ତି, ସହରରେ ସ୍ଥିତି ସ୍ବାଭାବିକ ହେଉଛି ।

Hot this week

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

Related Articles

Popular Categories