ସମାଜ ଡିଜିଟାଲ ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡା ଜିଲା ଗସ୍ତ କରୁଛନ୍ତି । ଜିଲାରେ ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ।
ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲାରେ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି।
ଏହି ପ୍ରକଳ୍ପ ଗୁଡ଼ିକ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ…— Mohan Charan Majhi (@MohanMOdisha) October 6, 2025
ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୂଆପଡା ଜିଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଗୁଡିକ ଉଦଘାଟନ ହେ । ଏହି ପ୍ରକଳ୍ପ ଗୁଡିକ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିୃବଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ । ସର୍ବସ୍ପର୍ଶୀ ଓ ସମାବେଶୀ ବିକାଶ ସହ ଓଡ଼ିଶାର ଜନ ସାଧାରଣଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ ।
ଆଗକୁ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି ।



