www.samajalive.in
Friday, December 5, 2025
20.1 C
Bhubaneswar

କଟକରେ କର୍ଫ୍ୟୁ: ଆଜି କ’ଣ ଖୋଲା ଓ କ’ଣ ବନ୍ଦ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ସହରରେ ଜଗିଛନ୍ତି ୬୦ପ୍ଲାଟୁନ୍‍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ଗତକାଲି ରାତି ୧୦ଟାରୁ ୩୬ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍‍ ସେବା ବନ୍ଦ । ସିଏମସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି । ହ୍ୱାଟସ ଆପ୍‍, ଫେସବୁକ୍‍, ଇନଷ୍ଟାଗ୍ରାମ୍‍, ସ୍ନାପ୍‍ ଚାଟ୍‍, ଏକ୍ସ ସମେତ ସମସ୍ତ ସୋସିଆଲ ମିଡ଼ିଆ ସାଇଟ୍‍ ବ୍ୟବହାରକୁ ବନ୍ଦ କରାଯାଇଛି ।

ଆଜି ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡାକଡି ଭାବେ ଲାଗୁ କରାଯାଇଛି । ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି । ଇଣ୍ଟରନେଟ୍‍ ସର୍ଭିସ୍‍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗୁ କରାଯାଇଛି । ତେବେ ଏହି ସମୟରେ କଟକରେ ମେଡିକାଲ୍‍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍‍ ଦିଆଯାଇଛି । ପେଟ୍ରୋଲ୍‍ ପମ୍ପ, ହସ୍ପିଟାଲ, ମେଡିସିନ୍‍ ଷ୍ଟୋର ଓ ଗ୍ରୋସରୀ ଦୋକାନ ସବୁ ଖୋଲା ରହିଛି । କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୁଲିସ୍‍ କମିଶନର ସୂଚନା ଦେଇ କହିଛନ୍ତି ଯେ ଅଧିକ ବସ୍‍ ଚଳାଚଳ ନକରିବା ପାଇଁ ଅନୁରୋଧ କରାଯାଇଛି । ସହରରେ ଥିବା ସବୁ ସରକାରୀ ଅଫିସ୍‍ ଓ ଏସସିବି ମେଡିକାଲ ଖୋଲା ରହିଛି ।

- Advertisement -

ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ ସହ କଡ଼ାକଡ଼ି ଚେକିଂ ଚାଲିଛି । ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ । ସହରବାସୀ ସହଯୋଗ କରୁଛନ୍ତି । ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବା ସେ କହିଛନ୍ତି । ବାଣିଜ୍ୟକ ପ୍ରତିଷ୍ଠାନ , ଅଟୋ ଚଳାଚଳ ବନ୍ଦ ରହିଥିବା ବେଳେ ବିନା ଅନୁମତିରେ ସାଉଣ୍ଡ ବାଜିବନି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories