www.samajalive.in
Saturday, December 6, 2025
15.1 C
Bhubaneswar

କଟକରେ କର୍ଫ୍ୟୁ: ଆଜି କ’ଣ ଖୋଲା ଓ କ’ଣ ବନ୍ଦ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ସହରରେ ଜଗିଛନ୍ତି ୬୦ପ୍ଲାଟୁନ୍‍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ଗତକାଲି ରାତି ୧୦ଟାରୁ ୩୬ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍‍ ସେବା ବନ୍ଦ । ସିଏମସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି । ହ୍ୱାଟସ ଆପ୍‍, ଫେସବୁକ୍‍, ଇନଷ୍ଟାଗ୍ରାମ୍‍, ସ୍ନାପ୍‍ ଚାଟ୍‍, ଏକ୍ସ ସମେତ ସମସ୍ତ ସୋସିଆଲ ମିଡ଼ିଆ ସାଇଟ୍‍ ବ୍ୟବହାରକୁ ବନ୍ଦ କରାଯାଇଛି ।

ଆଜି ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡାକଡି ଭାବେ ଲାଗୁ କରାଯାଇଛି । ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି । ଇଣ୍ଟରନେଟ୍‍ ସର୍ଭିସ୍‍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗୁ କରାଯାଇଛି । ତେବେ ଏହି ସମୟରେ କଟକରେ ମେଡିକାଲ୍‍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍‍ ଦିଆଯାଇଛି । ପେଟ୍ରୋଲ୍‍ ପମ୍ପ, ହସ୍ପିଟାଲ, ମେଡିସିନ୍‍ ଷ୍ଟୋର ଓ ଗ୍ରୋସରୀ ଦୋକାନ ସବୁ ଖୋଲା ରହିଛି । କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୁଲିସ୍‍ କମିଶନର ସୂଚନା ଦେଇ କହିଛନ୍ତି ଯେ ଅଧିକ ବସ୍‍ ଚଳାଚଳ ନକରିବା ପାଇଁ ଅନୁରୋଧ କରାଯାଇଛି । ସହରରେ ଥିବା ସବୁ ସରକାରୀ ଅଫିସ୍‍ ଓ ଏସସିବି ମେଡିକାଲ ଖୋଲା ରହିଛି ।

- Advertisement -

ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ ସହ କଡ଼ାକଡ଼ି ଚେକିଂ ଚାଲିଛି । ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ । ସହରବାସୀ ସହଯୋଗ କରୁଛନ୍ତି । ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବା ସେ କହିଛନ୍ତି । ବାଣିଜ୍ୟକ ପ୍ରତିଷ୍ଠାନ , ଅଟୋ ଚଳାଚଳ ବନ୍ଦ ରହିଥିବା ବେଳେ ବିନା ଅନୁମତିରେ ସାଉଣ୍ଡ ବାଜିବନି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories