ଶ୍ରୀନଗର..- ଜମ୍ମୁ-କାଶ୍ମୀରରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି । ଡୋଡା ଜିଲ୍ଲାର ଥାଥ୍ରୀ ଗଣ୍ଡୋହ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ପୁଲିସର ସୂଚନା ଅନୁସାରେ ଏକ ମିନି ବସ୍ରେ ଯାତ୍ରୀମାନେ ଯାତ୍ରା କରୁଥିବା ବେଳେ ରାସ୍ତାରେ ପଡିଥିବା ଏକ ବଡ ପଥର ଯୋଗୁଁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍ ଦୁର୍ଘଟଣାର ସୂଚନା ପାଇବା ପରେ ପୁଲିସ ଓ ଉଦ୍ଧରକାରୀ ଦଳ ସେଠାରେ ପହଞ୍ଚିଥିଲେ ।



