www.samajalive.in
Sunday, December 14, 2025
16.1 C
Bhubaneswar

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୨ଗିରଫ

ପିପିଲି : ପୁରୀ ଜିଲା ପିପିଲି ଥାନା ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଡଙ୍ଗ ଗ୍ରାମରେ ନିଖୋଜ ହେବାର ୮ଦିନପରେ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଜବତ କରିଛି। ମୃତକଙ୍କ ନାମ ରବିନ୍ଦ୍ର ସେଠୀ(୫୩)। ରବିନ୍ଦ୍ର ନିଖୋଜ ହେବାର ୮ଦିନ ପରେ ପୁଲିସ ଏକ ଦଳଭର୍ତ୍ତି ନୟନଜୋରି ଗାଡିଆ ମଧ୍ୟରୁ ବୁଧବାର ଅପରାହ୍ନରେ ମୃତଦେହକୁ ଜବତ କରିଛି। ଏହି ଘଟଣାରେ ପୁଲିସ ଉକ୍ତ ଗ୍ରାମର ଦୁଇଭାଇ ସଞ୍ଜୟ ବେହେରା ଓରଫ ଭଜିଆ(୨୧) ଓ ରାଜୀବ ବେହେରା (୨୩)କୁ ପୁଲିସ ଗିରଫ କରିଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏହି ଘଟଣାରେ ଜଣେ ରାଜନେତା ସଂପୃକ୍ତ ଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଗଣମାଧ୍ୟମରେ ଗୁରୁତର ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ପୋଡଙ୍ଗ ଗ୍ରାମର ରବିନ୍ଦ୍ର ସେଠୀ ଗତ ୧୬ ତାରିଖ ରାତିରେ ନିଜ ଘରେ ଖାଇ ସାରିବା ପରେ ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ତାଙ୍କ ମୋବାଇଲ୍‍ ଫୋନ୍‍ ସୁଇଚ୍‍ ଅଫ୍‍ ଥିବା ବେଳେ ପରିବାର ଲୋକେ ନିଜର ବନ୍ଧୁବାନ୍ଧବ ଘର ସମେତ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ଉକ୍ତ ଗ୍ରାମର ଏକ ପରିବାରର ୩ଜଣ ସଦସ୍ୟ କୌଣସି କଥାକୁ ନେଇ ରବିନ୍ଦ୍ରଙ୍କୁ ୮ଦିନ କାଳ ବିଭିନ୍ନ ସମୟରେ ଗାଳିଗୁଲଚ କରିବା ସହ ଜୀବନରୁ ମାରି ଦେବାକୁ ବାରମ୍ବାର ଧମକ ଦେଉଥିବା ବେଳେ ଘଟଣା ଦିନ ରବିନ୍ଦ୍ର ଶୌଚ ହେବାକୁ ଯିବା ବେଳେ ସେମାନେ ତାଙ୍କ ପଛେ ପଛେ ଯାଇଥିବା ସମ୍ପର୍କରେ ରବିନ୍ଦ୍ରଙ୍କ ପତ୍ନୀ ଅଞ୍ଜନା ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପିପିଲି ପୁଲିସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍‍ଡିପିଓ ଘଟଣାର ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ଦୁଇଭାଇ ଭଜିଆ ଓ ରାଜୀବକୁ ପୁଲିସ ଥାନାରେ ଅଟକ ରଖି ପୃଥକ ପୃଥକ ଭାବେ ମାରାଥନ ଜେରା କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଉଭୟଙ୍କୁ ଅପରାହ୍ନରେ ସାଙ୍ଗରେ ନେଇ ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ ଓ ଏଏସ୍‍ଆଇ ବିନୟ କୁମାର ଦାସ ପ୍ରମୁଖ ପୋଡଙ୍ଗ ଗ୍ରାମକୁ ଯାଇଥିଲେ। ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଥିବା ଏକ କୁକୁଡା ଫାର୍ମ ପଛପଟେ ତଥା ଜାତୀୟ ରାଜପଥ କଡରେ ଥିବା ନୟନଜୋରି ନିକଟ ଏକ ଦଳଭର୍ତ୍ତି ଗାଡିଆ ମଧ୍ୟରୁ ପୁଲିସ ରବିନ୍ଦ୍ରଙ୍କ ଉଲଗ୍ନ ମୃତଦେହକୁ ଜବତ କରିଥିଲା। ଏହି ଘଟଣାଟି ବିଜୁଳି ବେଗରେ ପ୍ରଚାର ହୋଇଯିବା ପରେ ଘଟଣାସ୍ଥଳରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ମୃତଦେହକୁ ପୁଲିସ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି। ନିର୍ଦ୍ଦିଷ୍ଟ ଏକ ଘଟଣାକୁ ନେଇ ରବିନ୍ଦ୍ରଙ୍କ ସହ ଅଭିଯୁକ୍ତଙ୍କ ପରିବାରର ଶତୃତା ଥିଲା। ୧୬ ତାରିଖ ରାତିରେ ରବିନ୍ଦ୍ର ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ମାଡମାରି ହତ୍ୟା କରିଥିବା ଓ ମୃତଦେହକୁ ଉକ୍ତ ଦଳଭର୍ତ୍ତି ଗାଡିଆ ମଧ୍ୟରେ ପୋତି ଦେଇଥିଲେ ବୋଲି ଏସ୍‍ଡିପିଓ ଶ୍ରୀ ବରାଳ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ରାଜନେତା ସଂପୃକ୍ତ ଥିବା ନେଇ ମୃତକଙ୍କ ସମ୍ପର୍କିୟଙ୍କ ପକ୍ଷରୁ ଗଣମାଧ୍ୟମରେ ଗୁରୁତର ଅଭିଯୋଗ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଏତଲାରେ ଉଲ୍ଲେଖ ଥିବା ସମସ୍ତ ଅଭିଯୁକ୍ତଙ୍କ ସମେତ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ୭ଦିନ ମଧ୍ୟରେ ଗିରଫ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଦଳିତନେତା ବିଜୟ କୁମାର ସେଠୀ ଚେତାବନୀ ଦେଇଛନ୍ତି। ତେବେ ଘଟଣାର ତଦନ୍ତ ଚାଲିଛି ଓ ଏଥିରେ ଯେଉଁମାନଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‍ଡିପିଓ ଦେବଦତ୍ତ ବରାଳ ପ୍ରକାଶ କରିଛନ୍ତି। ମୃତଦେହ ମିଳିବା ପରେ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ଅନ୍ୟ ଦୁଇ ସମ୍ପର୍କିୟଙ୍କ ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories