www.samajalive.in
Sunday, December 7, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଶିଳାନ୍ୟାସକୁ ବିତିଲାଣି ୫ବର୍ଷ, ମାତ୍ର ମନ୍ଥର ଗତିରେ ଚାଲିଛି ନିର୍ମାଣ

ବୁର୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଶିଳାନ୍ୟାସ ହେବା ଇତିମଧ୍ୟରେ ପାଞ୍ଚ ବର୍ଷ ୬ ମାସରୁ ଊର୍ଦ୍ଧ୍ବ ବିତିଲା ମାତ୍ର ନିର୍ମାଣ ସରୁନି କି କାର୍ଯ୍ୟକ୍ଷମ ହେଉନାହିଁ ସ୍ପୋର୍ଟ୍ସ କମ୍ପ୍ଲେକ୍ସ। ମନ୍ଥର ଗତିରେ କାମ ଚାଲିଛି। ସମ୍ବଲପୁର ମହାନଗର ନିଗମ ଅର୍ନ୍ତଭୁକ୍ତ ଶିକ୍ଷାନଗରୀ ବୁର୍ଲା ସହରର ଏମସିଏଲ ଜାଗୃତି ବିହାର ନିକଟରେ ବହୁ ପ୍ରତିକ୍ଷିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ହୋଇ ଗୋଟେ ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ ହେବା ନେଇ ପ୍ରକାଶ ପାଇଥିଲା। ମାତ୍ର ନିର୍ମାଣକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିବା ସହିତ କେତେକ ଅଧିକାରୀ ଏହି ନିର୍ମାଣ କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ।

ଜାତୀୟ ରାଜପଥ ୫୩ ପାର୍ଶ୍ବ ଓ ପାୱାର କେନାଲ ନିକଟରେ ଥିବା ୨୮ଏକଡ଼ ୮୧ ଡ଼େ଼ସିମଲ ଜମିରେ ଏହାର ନିର୍ମାଣ କାର୍ଯ୍ୟ କରାଯାଉଛି। ଇଡ଼କୋ ପକ୍ଷରୁ କାର୍ଯ୍ୟକାରୀ ପ୍ରକଳ୍ପ ନିର୍ମାଣ ସକାଶେ ସମ୍ବଲପୁରର ମହାନଗର ନିଗମ ଅର୍ନ୍ତଭୁକ୍ତ ଏକ ନିର୍ମାଣ ଏଜେନ୍ସିକୁ କାର୍ଯ୍ୟାଦେଶ ହସ୍ତାନ୍ତର କରା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏକ ବହୁମୁଖୀ ଇଣ୍ଡୋର ଷ୍ଟାଡ଼ିୟମ ବିକଶିତ କରାଯିବା ଏଥିପାଇଁ ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଥିଲା। ଏହାକୁ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଇଡ଼କୋ ପକ୍ଷରୁ ଗତ ବର୍ଷେରୁ ଊର୍ଦ୍ଧ୍ବ କାଳ ହେବ ପ୍ରକାଶ ପାଇଥିଲା। ମାତ୍ର ଇତିମଧ୍ୟରେ ଏକବର୍ଷରୁ ଊର୍ଦ୍ଧ୍ବ ବିତିସାରିଛି କାମ ସରିନାହିଁ। ମହାନଦୀ କୋଇଲା କମ୍ପାନୀ ତିନି କୋଟି ଟଙ୍କା ମଞ୍ଜୁର କରିଥିଲା। ଏମସିଏଲ ପକ୍ଷରୁ ପ୍ରଦତ୍ତ ନବେ ଲକ୍ଷ୍ୟ ଟଙ୍କାରେ ପ୍ରକଳ୍ପର ଜମି ସମତୁଳ କରାଯାଇ ପାଚେରୀ ଦିଆଯାଇଛି ମାତ୍ର ତାହା ବି କେତେକ ସ୍ଥାନରେ ଭୁଷୁଡ଼ି ପଡ଼ିଥିଲା। ପ୍ରସ୍ତାବିତ କମ୍ପେ୍ଲକ୍ସ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଜମି ଉପଯୋଗ ସମ୍ପର୍କିତ ବିବରଣୀ ଦିଲ୍ଲୀର ଏକ ଏଜେନ୍ସି ଜରିଆରେ କରାଯାଇଥିଲା। ପ୍ରକଳ୍ପ ପୁରା କରିବା ସକାଶେ ଅଶି କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ବିଡ଼ମ୍ବନାର ବିଷୟ ହେଲା ୨୦୧୫ ମସିହା ଫେବୃୟାରୀ ମାସ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏହା ସହିତ ଅନ୍ୟ ଦୁଇଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ମଧ୍ୟ ସ୍ଥାପନ କରିଥିଲେ। ଉକ୍ତ ଅନ୍ୟ ଦୁଇ ପ୍ରକଳ୍ପକାମ ସମାପ୍ତ ହୋଇ ତାହା କାର୍ଯ୍ୟକ୍ଷମ ହୋଇ ସାରିଲାଣି ମାତ୍ର ସ୍ପୋର୍ଟ୍ସ କମ୍ପ୍ଲେକ୍ସ କାମ ଉଚିତ ଭାବରେ ଆଗକୁ ବଢ଼ୁନାହିଁ।

- Advertisement -

ତେବେ ବୁର୍ଲା ସହରର ପୁର୍ବରୁ ନିମ୍ନମାନର କୋଠା ନିର୍ମାଣ କରିଥିବା ଠିକାସଂସ୍ଥାକୁ ଏହି କାମ ହସ୍ତାନ୍ତର କରାଯାଇଥିବା ବେଳେ କିଛିଦିନ ତଳେ କିଛି ଅଧିକାରୀ ସାଇଟ ଭିଜିଟ ସମୟରେ କେତେକ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ଏପରିକି କେତେକ ନିର୍ମାଣ ସମୟରେ ଅଧିକାରୀ ଉପସ୍ଥିତ ରହିବା କଥା ମାତ୍ର ବିନା ଅଧିକାରୀଙ୍କ ଉପସ୍ତିତିରେ କେତେକ ନିର୍ମାଣ କରାଯାଇଛି। ଏହାର ଏକ ଉଚ୍ଚସ୍ତରିୟ ନିର୍ମାଣ କରାଯାଇ ପାରିଲେ ଅନେକ ଅସଙ୍ଗତି ପଦାକୁ ଆସିବ। କାରଣ ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟସ୍ତରିୟ ଖେଳାଳି ଗଢ଼ିବା କ୍ଷେତ୍ରରେ ପ୍ରମୁଖ ଭୁମିକା ସମ୍ପାଦନ କରିବାକୁ ଯାଉଛି। ତେବେ କିପରି ଭାବରେ ସୁବ୍ୟବସ୍ତିତ ଏବଂ ସୁରକ୍ଷିତ ବ୍ୟବସ୍ତା ମଧ୍ୟରେ ପ୍ରଶିକ୍ଷଣ ଦିଆଯାଇ ପାରିବ ଏହା ଉପରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି।

ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋର ଷ୍ଟାଡ଼ିୟମରେ ଫୁଟବଲ ପଡ଼ିଆ, ଏଥେଲେଟିକ୍ସର ସମସ୍ତ ପ୍ରତିଯଯୋଗିତା ପାଇଁ ସିନଥେଟିକ୍ସ କୋର୍ଟ, ସହିତ ସଟପୁଟ, ଜେଭେଲିନ, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ ଆଦି ପାଇଁ ବ୍ୟବସ୍ଥା କରାଯିବ। ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ରହିବ। ଏହି ପର୍ଯ୍ୟାୟରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ପାନିୟ ଜଳ ଯୋଗାଣ, ଅଭ୍ୟନ୍ତରୀଣ ରାସ୍ତା, ନାଳ ନର୍ଦ୍ଦମା, ବିଦ୍ୟୁତ ବିଦ୍ୟୁତି କରଣ ଓ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସନ୍ତରଣାଗାର କମ୍ପେ୍ଲକ୍ସ, ଛାତ୍ରାବାସ, ଶାରୀରିକ ଶିକ୍ଷା ପ୍ରଶିକ୍ଷଣ (ପିଇଟି) କଲେଜ ନିର୍ମାଣ କରାଯିବ ବୋଲି ଇଡ଼କୋ ପକ୍ଷରୁ ଜଣାପଡ଼ିଛି। ତେବେ ଯୋଗାଯୋଗ ଓ ଜଳକ୍ରୀଡ଼ା ଏବଂ ଅଭ୍ୟାସ ପାଇଁ ପ୍ରକୃଷ୍ଟ ସୁଯୋଗ ରହିଥିବାରୁ ଏହି ସ୍ତାନକୁ ଚିହ୍ନଟ କରାଯାଇଥିଲା। ଅନ୍ୟ ପକ୍ଷରେ ଏହି ପ୍ରକଳ୍ପ ଅଞ୍ଚଳରେ କ୍ରୀଡ଼ା ଭତ୍ତିଭୂମୀ ବିକାଶ ଲାଭ କରିବ ଯାହାକି ଉଦୀୟମାନ ଖେଲାଳି ମାନଙ୍କୁ ସହାୟକ ହେବ। ଅନ୍ୟ ପକ୍ଷରେ ବୁର୍ଲା ନିକଟସ୍ଥ ସାନ ସିଂହାରୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜ୍ୟୋତିବିହାର କ୍ୟାମ୍ପସରେ ମଧ୍ୟ ବହୁମୁଖୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ମଧ୍ୟ ରହିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories