ବୁର୍ଲାରେ ଡଃ ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ

ବୁର୍ଲା: କାଲାମ ସାର ହେଲପିଙ୍ଗ ହାଣ୍ଡ ଓଡ଼ିଶା ତରଫରୁ ଅନୁଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ ସହିତ ଡଃ ଏପିଜେ ଅବଦୁଲ କାଲାମଙ୍କ ୯୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମାନସ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ଉଚ୍ଚବିଦ୍ୟାଳୟ ବୁର୍ଲା ଠାରୁ ପ୍ଲାନେଟୋରିୟମ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଉକ୍ତ ଶୋଭାଯାତ୍ରାରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ସରକାରୀ ଉଚ୍ଚବିଦ୍ୟାଳୟ ବୁର୍ଲାର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ସମ୍ବଲପୁର ଅତିରିକ୍ତ ଉପଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।

prayash

ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ସାହୁ ଓ ବରିଷ୍ଠ ସଦସ୍ୟ ସିଦ୍ଧାନ୍ତ ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀମାନେ କାଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ ପ୍ରଭାତ କୁମାରସାହୁ, ଆଲୋକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡଃ ରାମନରେଶ ମହାଲିଙ୍ଗ, ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ରାମକୃଷ୍ଣ ରଥ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବାବୁ, ବରିଷ୍ଠ ଶିକ୍ଷାବିତ ହୀରାଧର ଖମାରୀ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ଅତିଥିଗଣ ଏପିଜେ ଅବଦୁଲ କଲାମଙ୍କ ନୀତି ଓ ଆଦର୍ଶରେ ଶିଶୁମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଉପସ୍ତିତ ଶିଶୁମାନେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

ରାଜ୍ୟ ପୁରଷ୍କାରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ରଥଙ୍କ ଦ୍ୱାରା କଲାମଙ୍କ ଜୀବନୀ ଉପରେ ଲିଖିତ ଏକ ସଙ୍ଗିତକୁ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ଗାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଉପସ୍ତିତ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ପାର୍କ ପରିଦର୍ଶନ ଓ ପ୍ଲାନେଟୋରିୟମରେ ଏକ ସୋ’ ଦେଖିବାର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଧରଣୀ ପ୍ରଧାନ, ନେହା ମିଶ୍ର, ଅବିନାଶ ବାଗ, ଦେବସ୍ମିତା ମହନ୍ତ, ଅର୍ପିତା ବିଶ୍ୱାଳ, ପୁଷ୍ପିତା ସାହୁ, ଫକୀର ପ୍ରଧାନ, ଦୁଇ ଉଚ୍ଚବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।

kalyan agarbati

Comments are closed.