ଓଡ଼ିଶା ଜନସେବା ଆୟୋଗ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଭୀମସାର ଡାକ୍ତର ରାଜେଶ କୁମାର ମେହେର

ବୁର୍ଲା: ଭୀମସାର ସ୍ୱୟଂଶାସିତ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ନିଜକୁ ସ୍ୱୟଂକ୍ଷମ କରିପାରିନାହିଁ । ନା ପରୀକ୍ଷା ପରିଚାଳନା ପାଇଁ ନିଜକୁ ପ୍ରସ୍ତୁତ କରିପାରୁଛି ନା ସ୍ଥାୟୀ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ସକ୍ଷମ ହୋଇପାରୁଛି । ଯାହାଫଳରେ ଭୀମସାରରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଇଚ୍ଛାପ୍ରକାଶ କରୁଥିବା ବିଶେଷଜ୍ଞ ଡାକ୍ତର ମାନଙ୍କୁ ଅନ୍ୟତ୍ର ଯାଇ ବାଧ୍ୟ ହୋଇ ଅବସ୍ଥାପିତ ହେବାକୁ ପଡ଼ୁଛି । ତେବେ ଏହି ପରିପ୍ରେକ୍ଷୀରେ ସ୍ଥାୟୀ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଓପିଏସସି ବା ଓଡ଼ିଶା ଜନସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ନିତ ହେଉଛି ।

ଓଡ଼ିଶା ଜନସେବା ଆୟୋଗ ପରୀକ୍ଷାରେ ବୁର୍ଲା ଭୀମସାରରୁ ଉଭୟ ୟୁଜି(ଏମବିବିଏସ) ଏବଂ ସ୍ନାତକୋତ୍ତର ବା ପିଜି ପାଠ୍ୟକ୍ରମ କରିଥିବା ଡାକ୍ତର ରାଜେଶ କୁମାର ମେହେର ପ୍ରଥମସ୍ଥାନ ଅଧିକାର କରିଛନ୍ତି । ସେ ଭୀମସାରରେ ଅସ୍ଥାୟୀ ଭାବରେ କାର୍ଯ୍ୟରତ ମଧ୍ୟ ରହିଥିଲେ । ଡାକ୍ତର ରାଜେଶ ପାଟଣାଗଡ଼ ନିବାସୀ ବ୍ରଜମୋହନ ମେହେର ଏବଂ ନନ୍ଦିନୀ ମେହେରଙ୍କ ସୁପୁତ୍ର ଅଟନ୍ତି । ଡାକ୍ତର ରାଜେଶ ବର୍ତ୍ତମାନ ସ୍ଥାୟୀ ସହକାରୀ ପ୍ରଫେସର ଭାବରେ ଯେକୌଣସି ଅନୁଷ୍ଠାନରେ ଅବସ୍ଥାପିତ ହେବେ ବୋଲି ସୂଚନା ହସ୍ତଗତ ହୋଇଛି ।

prayash

ତେବେ ଭୀମସାରର ସ୍ୱୟଂସମ୍ପୂର୍ଣ୍ଣ କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ବେଳେ ଦକ୍ଷ ବିଶେଷଜ୍ଞ ଡାକ୍ତରଙ୍କୁ ଅବସ୍ଥାପିତ କରାଯିବା ପାଇଁ କ୍ଷମତା ବର୍ତ୍ତମାନ ସୁଦ୍ଧା ହାସଲ କାରିପାରିନାହିଁ । ସେପଟେ ଭୀମସାରରେ ଦ୍ୱିତୀୟ ଥର ସ୍ଥାୟୀ ନିର୍ଦ୍ଦେଶକ ଅବସ୍ଥାପିତ ହୋଇଥିବା ସତ୍ୱେ ସେ ମଧ୍ୟ କିପରି ଭାବରେ ଭୀମସାରରୁ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିବେ ସେହି ଚିନ୍ତାରେ ରହିଛନ୍ତି । କାରଣ ସୂଚନା ଥାଉକି, ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ମଧ୍ୟ ରାଜ୍ୟ ସରକାରଙ୍କୁ ତାଙ୍କୁ ଅବସର ଦିଆଯିବା ପାଇଁ ଅନୁରୋଧ କରି ସାରିଛନ୍ତି ।

ତେବେ ଭୀମସାରର ସ୍ଥାଣୁ ବ୍ୟବସ୍ଥା ଫଳରେ ଏହି ଅନୁଷ୍ଠାନ ଧୀରେ ଧୀରେ ଦକ୍ଷ ବିଶେଷଜ୍ଞ ଶୂନ୍ୟ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଯାହାକି ଭବିଷ୍ୟତ ପାଇଁ କୌଣସି ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ପ୍ରକାଶ ପାଉଛି।

kalyan agarbati

Comments are closed.