କବି କମଲ ବୋରାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ସମ୍ମାନ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ-କବିତା ପାଇବା ପାଇଁ ଗୁଜୁରାତି ଭାଷାର ଭାଷାର ପ୍ରଖ୍ୟାତ କବି ତଥା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କମଳ ଭୋରା ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଜ୍ୟୋତିବିହାରଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କବି ଭୋରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ଏକ ଲକ୍ଷ ଟଙ୍କା, ପ୍ରଶସ୍ତିପତ୍ର, ସ୍ମାରୀକା ଓ ଅଂଗବସ୍ତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ବୋଲି ବିଶ୍ୱବିଦ୍ୟାଳୟର କୁଳସଚିବ ନୃପରାଜ ସାହୁ ସୂଚନା ଦେଇଛନ୍ତି।

୧୯୫୦ ମସିହାରେ ଜନ୍ମିତ କବି କମଲ ଭୋରା ଜଣେ ସୃଜନଶୀଳ କବି ଏବଂ ସଂପାଦକ ଭାବରେ ପରିଚିତ। ୨୦୧୬ରେ ସେ ତାଙ୍କ ସଙ୍କଳନ ‘ଅନେକାନେକ୍‍’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ହାସଲ କରିଥିଲେ। ତାଙ୍କର ଅନ୍ୟ ଏକ ପୁସ୍ତକ ‘ଅର୍ଭ’କୁ ଉମାଶଙ୍କର ଯୋଶୀ ପୁରସ୍କାର ପ୍ରଦାନ କରାଯାଇଥିଲା। କବିତା ସହିତ ଗଳ୍ପ ରଚନା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କବି କମଳ ଯୋଶୀ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଗୁଜୁରାଟୀ ପରାମର୍ଶଦାତା ବୋର୍ଡର ସଦସ୍ୟ ଭାବରେ ମଧ୍ୟ କାମ କରିଥିଲେ। ସେ ୧୯୭୧ ମସିହାରୁ କବିତା ରଚନା ଆରମ୍ଭ କରିଥିଲେ। ତାଙ୍କର ଅନେକ କୃତି ଇଣ୍ଡିଏନ୍‍ ଲିଟ୍‍ରେଚର, ଚିକାଗୋ ରିଭ୍ୟୁ, ଅନ୍ଥୋଲୋଜି ଅଫ୍‍ ଏସିଏନ୍‍ ପଏଟସ୍‍ରେ ସ୍ଥାନ ପାଇଛି। ସେହିଭଳି ତାଙ୍କର ଅନେକ କବିତା ହିନ୍ଦୀ, ମରାଠୀ, ବଙ୍ଗଳା, କନ୍ନଡ଼, ଇଂରାଜୀ ପ୍ରଭୃତି ଭାଷାରେ ଅନୁବାଦିତ ହେବା ସହିତ ପ୍ରକାଶ ପାଇଛି। ସେ ୨୦୧୦ ମସିହାରୁ ଗୁଜୁରାଟୀ ପତ୍ରିକା ‘ଇତଦ୍‍’ର ସଂପାଦନା କରୁଛନ୍ତି। ତାଙ୍କର ସଂକଳନ ମଧ୍ୟରେ ‘ଅନେକ ଏକ’ ମଧ୍ୟ ପାଠକୀୟ ଆଦୃତି ହାସଲ କରିଛି। ସେ ମହାରାଷ୍ଟ୍ର ରାଜ୍ୟ ଗୁଜୁରାଟୀ ସାହିତ୍ୟ ଏକାଡ଼େମୀ, ଗୁଜୁରାତ ସାହିତ୍ୟ ଏକାଡ଼େମୀ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଆଧୁନିକ ଭାରତୀୟ କବିତା ସଂକଳନକୁ ମଧ୍ୟ ସେ ସମ୍ପାଦନା କରିଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୯୧ରୁ ଭାରତୀୟ ଭାଷାର କବିତା ପାଇଁ ଗତବର୍ଷ ପର୍ଯ୍ୟନ୍ତ ୨୯ ଜଣ ପ୍ରଖ୍ୟାତ କବି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ଏହି ଗଙ୍ଗାଧର ଜାତୀୟ ସମ୍ମାନ-କବିତା ପ୍ରାପ୍ତ କରିଛନ୍ତି। ଆଇଏଏସ ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସ୍କୁରସ୍କାର ପ୍ରାପ୍ତ କବି ରାଜେନ୍ଦ୍ର କିଶୋର ପଣ୍ଡା ବିଶ୍ୱବିଦ୍ୟାଳୟର କୁଳପତି ଥିବା ବେଳେ ୧୯୮୯ ମସିହରେ ଏହି ଜାତୀୟ ପୁରସ୍କାରର ପରିକଳ୍ପନା କରାଯାଇଥିଲା। ଅଲ୍ଲୀ ସର୍ଦାର ଜାଫ୍ରି, ନବକାନ୍ତ ବରୁଆ, ଡ. ରମାକାନ୍ତ ରଥ, ଗୁଲ୍‍ଜାର, ପଦ୍ମଶ୍ରୀ ବଲରାଜ କୋମଲ, ନିରୁପମ କୌର, ବାସ୍‍ଦେବ ମୋହି, ଡ଼ ରାଜେନ୍ଦ୍ର କିଶୋର ପଣ୍ଡା, ସୁରଜିତ ପତତ୍‍ର, ଶଙ୍ଖ ଘୋଷ, ଡ. ସୀତାକାନ୍ତ ମହାପାତ୍ର, ନୀଳମଣି ଫୁକନ, ଡ଼ ଜୟନ୍ତ ମହାପାତ୍ର, କେ. ସଚ୍ଚିଦାନନ୍ଦନ, ଅୟପ୍ପା ପାନିକର, ଏ ଏମ କେ ସାହରିଆର, ଦିଲ୍ଲୀପ ଚିତ୍ରେ, ଡ. ସୌଭାଗ୍ୟ କୁମାର ମିଶ୍ର, ସୁବୋଧ ସରକାର, ନବକାନ୍ତ ବରୁଆ, ଶକ୍ତି ଚଟ୍ଟୋପାଧ୍ୟାୟ, କେଦାରନାଥ ସିଂହ, ବିନ୍ଦା କାରିନ୍ଦିକର, ସୀତାଂଶୁ ୟସସ୍‍ ଚନ୍ଦ୍ର, ହର ପ୍ରସାଦ ଦାସ, ପଦ୍ମଶ୍ରୀ ଲୀଲାଧର ଜାଗୁଡି, କେ ଶିବା ରେଡ଼ୀ, କନ୍ନଡ଼ ସାହିତ୍ୟର ପ୍ରତିଷ୍ଠିତ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଚନ୍ଦ୍ରଶେଖର କମ୍ବାର, ହିନ୍ଦୀ ସାହିତ୍ୟର ପ୍ରତିଷ୍ଠିତ କବି ତଥା ସାହିତ୍ୟ ଭୁଷଣ ସମ୍ମାନ ପୁରସ୍କାର ପ୍ରାପ୍ତ ବିଶ୍ୱନାଥ ପ୍ରସାଦ ତିୱାରୀଙ୍କୁ ଗତ ୨୦୧୮ ମସିହାରେ ଏବଂ ଉର୍ଦୁ କବି ସୀନ କାଫ ନିଜାମଙ୍କୁ ଗତ ୨୦୧୯ ମସିହାରେ ଗଙ୍ଗାଧର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ଦୃଷ୍ଟାନ୍ତ ରହିଛି।

Comments are closed.