www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିନବନ୍ଧୁ ମିଶ୍ର ଆତ୍ମଦାହ ପ୍ରସଙ୍ଗ, କୁଳପତିଙ୍କ ବିରୁଦ୍ଧରେ ପଦକ୍ଷେପ ପାଇଁ ଦାବୀପତ୍ର

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ସ୍ୱର୍ଗତ ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଘଟଣା ଇତିମଧ୍ୟରେ ୭୦ଦିନ ବିତିବାକୁ ବସିଲାଣି। ସ୍ୱର୍ଗତ ଦିନବନ୍ଧୁଙ୍କ ଆତ୍ମଦାହ ଘଟଣାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏବଂ ଦୁଇ ଅଧିକାରୀ ଛନ୍ଦି ହୋଇ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୋର୍ଟ ତରଫରୁ କୌଣସି ପ୍ରକାର ଚୁଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ତେବେ ଉଚ୍ଚନ୍ୟାୟାଳୟ ମଧ୍ୟ କେତେକ ଏହି ଘଟଣାରେ ରହିଥିବା ପ୍ରମାଣକୁ ନେଇ ଅଭିଯୁକ୍ତଙ୍କୁ କୌଣସି ପ୍ରକାର ବାଟକୁ ସୁଗମ ନ କରି ସମ୍ବେଦନଶୀଳ ବିଷୟରେ ଗୁରୁତର ସହିତ ନେଇ ବିଚାରକୁ ଚୁଡ଼ାନ୍ତ କରି ନ ଥିବା ଜଣାପଡ଼ିଛି।

ସେପଟେ ପୁଣି ଅଲ ଇଣ୍ଡିଆ ୟୁନିଭରସିଟି କନଫେଡ଼େରେସନ ପକ୍ଷରୁ ପୁଣି କୁଳାଧିପତି ତଥା ମହାମହିମ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ଏହି ସନ୍ଦର୍ଭରେ ଏକ ଦାବୀପତ୍ର ପ୍ରଦାନ କରିବା ସହିତ ଏହି ଦିନବନ୍ଧୁ ଆତ୍ମାହୁତୀ ଘଟଣା ପାଇଁ ଗତ ମେ ମାସ ପ୍ରଥମ ସପ୍ତାହରେ ଉଚ୍ଚଶିକ୍ଷା ବିଭାଗକୁ ଏକ ଅନୁସନ୍ଧାନ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ୱେ କୌଣସି ଅନୁସନ୍ଧାନ ହୋଇ ନ ଥିବାକୁ ନେଇ ସଂଘ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି। ସ୍ୱର୍ଗତ ଦିନବନ୍ଧୁଙ୍କ ଆତ୍ମାହୁତୀ ଘଟଣାର ମୁଖ୍ୟ କାରଣ ସାଜିଥିବା ଅଭିଯୁକ୍ତ କୁଳପତି ଏବଂ ଦୁଇ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଉଲ୍ଲେଖ କରିଛନ୍ତି। ଏହା ସହିତ ମେ ମାସ ପ୍ରଥମ ସପ୍ତାହରୁ ଉଚ୍ଚଶିକ୍ଷା ବିଭାଗକୁ ଅନୁସନ୍ଧାନ କମିଟି ଗଠନ କରିବା ପାଇଁ କୁଳାଧିପତି ପ୍ରଫେସର ଲାଲ ନିର୍ଦ୍ଦେଶ ଦେଇଥିବା ବେଳେ ଇତିମଧ୍ୟରେ ନିର୍ଦ୍ଦେଶକୁ ୭ ସପ୍ତାହ ବିତି ସାରିଲାଣୀ ନା କୌଣସି ଅନୁସନ୍ଧାନ କମିଟି ଗଠିତ ହୋଇଛି ନା କୌଣସି ଅନୁସନ୍ଧାନ ହୋଇଥିବାକୁ ନେଇ ଏହା ସ୍ୱର୍ଗତ ଦିନବନ୍ଧୁ ମିଶ୍ରଙ୍କ କ୍ଷେତ୍ରରେ ପୁର୍ଣ୍ଣ ମାତ୍ରାରେ ଅନ୍ୟାୟ କରାଯାଇଥିବା ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହିତ ନିଜେ କୁଳାଧିପତି ମଧ୍ୟ ଏହି ଘଟଣାରେ କୌଣସି ସ୍ୱର୍ଗତ ଦିନବନ୍ଧୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟକାରୀ ନ କରିବା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରିଛନ୍ତି।

- Advertisement -

ଗୁରୁତର ଅଭିଯୋଗ ସତ୍ୱେ କୁଳପତି ବିଶ୍ୱବିଦ୍ୟାଳୟରେ ନିଜ କାର୍ଯ୍ୟ ଜାରି ରଖିଥିବାକୁ ଅନୁମତି ଦିଆଯାଇଥିବା। ତାଙ୍କ ବିରୋଧରେ ଏବଂ ଆଗକୁ ମଧ୍ୟ ଜାମିନ ଆବେଦନ ନ୍ୟାୟାଳୟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଗତ ମଇ ମାସ ୨୪ ତାରିଖରେ ଜିଲ୍ଲା ଶେସନ କୋର୍ଟରେ ତାଙ୍କର ଆଗୁଆ ଜାମିନ ଆବେଦନକୁ ଜିଲ୍ଲା ଶେଷନ କୋର୍ଟରେ ବିଚାରପତି ଆବେଦନକାରୀଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଦର୍ଶାଇ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ମାତ୍ର ତାଙ୍କୁ ଏହା ପରେ ମଧ୍ୟ ଗିରଫ୍‍ କରାଯାଇ ନ ଥିଲା ବୋଲି ଉଲ୍ଲେଖ ରହିଛି। ଫଳସ୍ୱରୁପ କୁଳପତି କିଛି ପ୍ରମାଣ ନଷ୍ଟ କରାଯିବା କ୍ଷେତ୍ରରେ ପ୍ରୟାସ ଜାରି ରଖିଥିବା ଏବଂ ସାକ୍ଷୀମାନଙ୍କ ଉପରେ ମଧ୍ୟ ଚାପ ପକାଯାଉଥିବା ସଂଘ ପକ୍ଷରୁ ଦାବୀପତ୍ରରେ ଉଲ୍ଲେଖ ରହିଛି। ଯେପର୍ଯ୍ୟନ୍ତ କୁଳପତି ପ୍ରଫେସର ମିତ୍ତଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ରହିଥିବେ ସେ ପର୍ଯ୍ୟନ୍ତ କୌଣସି ନିରପେକ୍ଷ ତଦନ୍ତ ହେବା ଆଶା କ୍ଷୀଣ ହୋଇ ବ୍ୟକ୍ତ କରିଛନ୍ତି। କୁଳପତିଙ୍କୁ ଛୁଟିରେ ପ୍ରେରିତ କରିବା ପରେ ଯାଇ ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ସଂଘ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି ମୁଖ୍ୟ ଅଭିଯୁକ୍ତ କୁଳପତିଙ୍କ କାର୍ଯ୍ୟାଳୟକୁ ଉପଯୋଗ କରି ସାକ୍ଷୀମାନଙ୍କୁ ତାଙ୍କ ସପକ୍ଷରେ କରିବା ଏବଂ ଚାପ ପକାଇ ତାଙ୍କୁ ନିଜ ପକ୍ଷରେ କରିବାକୁ ଉଦ୍ୟମରତ ରହିଥିବା ସଂଘ ନୋଟିସକୁ ଆସିଛି।

ଜରୁରୀକାଳୀନ ଭିତ୍ତିରେ କୁଳାଧିପତିଙ୍କ ନିର୍ଦ୍ଦେଶନାମା ହୋଇଥିବା ଅନୁସଂନ୍ଧାନ କମିଟିକୁ ଗଠନ କରିବା ଦିଗରେ କୁଳାଧିପତିଙ୍କ ଦୃଷ୍ଟି ଆକର୍ଷଣ ସଂଘ ପକ୍ଷରୁ କରାଯାଇ ଅନୁରୋଧ କରାଯାଇଛି। ତେବେ ସୁଚନା ଥାଉକି, ଗତ ଏପ୍ରିଲ ମାସ ୨୦ ତାରିଖରେ ହିଁ ସ୍ୱର୍ଗତ ଦିନବନ୍ଧୁ ମିଶ୍ର ଆତ୍ମଦାହ କରି ନିଜ ଜୀବନକୁ କୁଳପତି ପ୍ରଫେସର ମିତ୍ତଲଙ୍କ ସମ୍ମୁଖରେ ହିଁ ଶେଷ କରିଦେଇଥିଲେ। ଏହାକୁ ନେଇ ତାଙ୍କର ମୃତ୍ୟୁକାଳିନ ଜମାନବନ୍ଦିରେ ମଧ୍ୟ ସ୍ୱର୍ଗତ ମିଶ୍ର ତାଙ୍କର ମୃତ୍ୟୁପାଇଁ କୁଳପତି ଏବଂ ଦୁଇ ଅଧିକାରୀ ଦାୟୀ ବୋଲି ସ୍ପଷ୍ଟ ଭାବରେ ଦର୍ଶାଇଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ସ୍ୱର୍ଗତ ଦିନବନ୍ଧୁ ମିଶ୍ରଙ୍କ ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories