ଭିମସାର ଚିକିତ୍ସା ବ୍ୟବସ୍ଥାର ବିକାଶ ସହିତ ଆକ୍ଟ ସଂଶୋଧନ ଉପରେ ଗୁରୁତ୍ବ ଏବଂ ଜମିର ଆବଶ୍ୟକତାକୁ ପୂରଣ କରାଯିବ

ଭିମ୍‌ସାର୍ ରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ବୁର୍ଲା: ବୁର୍ଲା ଭିମ୍‌ସାର୍ ଗସ୍ତରେ ଆସି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭିମ୍‌ସାର୍ ହେଉଛି ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟର ଅନୁଷ୍ଠାନ କିନ୍ତୁ ସେବାର ମାତ୍ରା ଯେଉଁ ପରିମାଣରେ ବଢିବା କ‌ଥା ତାହା ପରିଲକ୍ଷିତ ହେଉନାହିଁ ବୋଲି ଭିମ୍‌ସାର ସମୀକ୍ଷା ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିବା ‌ ସହିତ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସ‌ହିତ ବିଗତ ସରକାର ୧ହଜାର କୋଟି ଭିମ୍‌ସାର୍ ର ଭିତ୍ତିଭୂମିର ବିକାଶ ପାଇଁ ଘୋଷଣା କରିଥିଲେ। କିନ୍ତୁ ତାହା ଘୋଷଣାରେ ରହିଗଲା ଏବଂ ପରବର୍ତି ସମୟରେ ତାହା ବାତିଲ ହୋଇଗଲା ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି । ବର୍ତ୍ତମାନର ସରକାର ଚଳିତ ବଜେଟରେ ସ୍ବାସ୍ଥ୍ୟ ସେବାକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଅଧିକ ବଜେଟ ହୋଇଛି ଏବଂ ଏଥିରେ ଭିମସାରର ଭିଭିଭୂମୀ ଏବଂ ବିକାଶ ରେ ମଧ୍ୟ ଯେତିକି ଅନୁଦାନ ଆବଶ୍ୟକ ତାହା ବିନିଯୋଗ ହେବ। ୫୦ ବର୍ଷ କୁ ଆଖୀ ଆଗରେ ରଖି ଭିମସାରର ବିକାଶ ପାଇଁ ଯେତିକି ଜମି ଦରକାର ତାହା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଜଳସମ୍ପଦ ବିଭାଗ ପାଖରେ ଅନେକ ଜମି ରହିଛି । ଯେଉଁ ଜମି ଗୁଡିକ ସେମାନଙ୍କର କାମରେ ଆସୁନାହିଁ ସେହି ଜମି ସବୁ ରାଜସ୍ବ ବିଭାଗକୁ ଫେରାଇବେ ଏବଂ ଉକ୍ତ ଜମି ମଧ୍ୟରୁ ସହରର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ୪ ଡିସିମିଲ୍ ଲେଖାଏଁ ଜମି ଦିଆଯିବ ଏବଂ ଏହି ଜମିରୁ ମଧ୍ୟ ଭିମ୍‌ସାରକୁ ଜମି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଛନ୍ତି । କର୍ମଚାରୀ କ୍ୱାଟର୍ସ ଗୁଡିକ ଶୋଚନୀୟ ହୋଇ ଗଲାଣି ତେବେ ଉକ୍ତ କ୍ୱାଟର୍ସ ଗୁଡିକୁ ଭଙ୍ଗାଯାଇ ସେଠାରେ ଭିମ୍‌ସାର୍ ର ବିଭିନ୍ନ ଓ୍ବାର୍ଡ, ଆଇସିୟୁ ଏବଂ ବିଭିନ୍ନ କୋଠା ନିର୍ମାଣ କରାଯାଇ ପାରିବ । ଭିମ୍‌ସାର ଆକ୍ଟକୁ ପରିବର୍ତ୍ତନ କରାଯିବ ଏବଂ ଭିମ୍‌ସାର କୁ ଅଧିକ ଅର୍ଥିକ ଅନୁଦାନ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ।
ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ଆର୍ଥିକ ଅନୁଦାନ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଏସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବ ଙ୍କ ସହିତ ମନ୍ତ୍ରୀ ଶ୍ରୀ ପୂଜାରୀ ଆଲୋଚନା କରିଥିବା କହିଛନ୍ତି । ସେହିପରି ଭିମ୍‌ସାର୍ ରେ ଏମ୍‌ଆର୍‌ଆଇ ମେସିନ୍ ସ୍ଥାପନ ନେଇ ପଦକ୍ଷେପ ନିଆଯାଇଛି ସରକାର ଏହାକୁ ଅନୁମୋଦନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଭିମସାରକୁ ପୂର୍ଣ୍ଣ କ୍ଷମତା ଦେବା ପାଇଁ ଭିମ୍‌ସାର୍ ଆକ୍ଟ ର ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ଏବଂ ଏ ଦିଗରେ ବିଭିନ୍ନ ସଂଗଠନ ନିଜ ନିଜ ମତାମତ ଦେଇପାରିବେ । ଭିମ୍‌ସାର୍ ନିର୍ଦ୍ଦେଶକଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି । କମ୍ ଦରମା ଥିବା କାରଣରୁ ଭିମ୍‌ସାର୍ ରେ ସ୍ଥାୟୀ ନିର୍ଦ୍ଦେଶକ ପାଇଁ କେହି ବି ଆବେଦନ କରୁ ନ ଥିଲେ ତେଣୁ ଏବେ ନିର୍ଦ୍ଦେଶକ ଙ୍କ ଦରମା ୫ଲକ୍ଷ ଟଙ୍କା ଦରମା ଦେବା ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଥିବା ମନ୍ତ୍ରୀ କ‌ହିଛନ୍ତି ।
ତେବେ ପୂର୍ବରୁ ନିର୍ଦ୍ଦେଶକଙ୍କୁ କ୍ଷମତା ସେତେଟା ଦିଆଯାଉ ନ ଥିଲା କି ଆର୍ଥିକ କ୍ଷମତା ମଧ୍ୟ ମିଳୁ ନ ଥିଲା । ଫଳରେ କଥା କଥାରେ ଭୁବନେଶ୍ଵର ଦୌଡିବା ସତ୍ତ୍ୱେ ବିକାଶ ସେତେଟା ହେଉନଥିଲା । କିନ୍ତୁ ବର୍ତ୍ତମାନ ମୋହନ ସରକାର ଏହି ନୀତି ପରିବତ୍ତନ କରି ବିକାଶ କିଭଳି ଆଗକୁ ବଢିବ ସେ ଦିଗରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କ‌ହିଛନ୍ତି । ତେବେ ଭିମ୍‌ସାର୍ ମିଟୁ ହଲ୍ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଭିମ୍‌ସାର୍ ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଭାବଗ୍ରାହୀ ରଥ, ଭିମ୍‌ସାର୍ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ମେଡି ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ, ହୃଦୟରୋଗ ବିଭାଗୀୟ ମୁଖ୍ୟ ପ୍ରଫେରସ ସୁନୀଲ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ ।

Comments are closed.