www.samajalive.in
Tuesday, December 9, 2025
15.1 C
Bhubaneswar

କନ୍ଧମାଳ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟନ

ଫୁଲବାଣୀ:ତୁଡିପାଜୁ ଜବାହାର ନବୋଦୟ ବିଦ୍ୟାଳୟ ସଭାଗୃହ ଠାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଜିଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ ହୋଇଯାଇଛି। ଉକ୍ତ ସମାରୋହରେ ଜିଲା ଅତିରକ୍ତି ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ ) ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀ, ଅଧ୍ୟକ୍ଷା ନମୀତାରାଣୀ ପଣ୍ଡା, ଜିଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ, ଉପଅଧ୍ୟକ୍ଷକ ଯତୀନ୍ଦ୍ର କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମିଶନ ପରିଚାଳକ ଶିବରଞ୍ଜନ ଦାଶ, ଜୟକୃଷ୍ଣ ସାହୁ, ଅଶୋକ କୁମାର ସାହୁ , ହିମାଂଶୁ ପ୍ରଧାନ ଏବଂ ୫୦୦ରୁ ଅଧିକ ୧୧ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଅତିଥିମାନେ କୃମିନାଶକ ଔଷଧ ସେବନର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ଉକ୍ତ ଔଷଧ ସେବନ କରିବା ଦ୍ବାରା ପିଲାମାନଙ୍କର ରକ୍ତହୀନତା, ପୁଷ୍ଟିହୀନତା ଆଦି ରୋଗର ନିରାକରଣ କରାଯାଇପାରିବ ଏବଂ ଘରେ ଶିଶୁ ମାନଙ୍କର ପରିଷ୍କାର ପରିଚ୍ଛନ୍ନତା ରଖିବା ସହ ଚପଲ ବ୍ୟବହାର କରିବା, ପାଇଖାନା ବ୍ୟବହାର କରିବା , ନିୟମିତ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇବା , ନଖ କାଟିବା , ବାରମ୍ବାର ଆଙ୍ଗୁଠି ପାଟିରେ ନ ପୁରାଇବା , ଫଳକୁ ଧୋଇ କରି ଖାଇବା କୁ ଉତ୍ସାହିତ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ୧୦ ଅଗଷ୍ଟ ଦିନ କରାଯିବ ଯଦି କିଛି ବଳକା ସେବନ ନ କରିପାରି ରହିଥିବେ ତେବେ ୧୭ ଅଗଷ୍ଟ ୨୦୨୪ ଦିନ ଔଷଧ ସେବନ କରିବେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପରିଚାଳିତ ହେବ। ତତ ସହିତ ୬ – ୫୯ ମାସ ପର୍ଯ୍ୟନ୍ତ ପ୍ରତ୍ୟକ ପିଲାଙ୍କୁ ଗୋଟିଏ ଡୋଜ ଭିଟାମିନ ଏ ଦ୍ରବଣ ଅଗଷ୍ଟ ମାସ ଶେଷ ସୁଧା ନିର୍ଧାରିତ ଟିକାକରଣ କେନ୍ଦ୍ରରେ ପ୍ରଦାନ କରାଯିବ।

- Advertisement -

ଏତଦ ବ୍ୟତୀତ ୨୦-୨୪ ବର୍ଷ ମଧ୍ୟରେ ଗର୍ଭଧାରଣ କରି ନଥିବା ଏବଂ ସ୍ତନ୍ୟପାନ କରାଉନଥିବା ମହିଳା ମାନେ ମଧ୍ୟ କୃମିନାଶକ ବଟିକା ସେବନ କରିବେ। ଆମ ଜିଲ୍ଲାରେ ସର୍ବ ମୋଟ ୨,୧୮,୫୯୮ ଜଣ (୧-୧୯ ବର୍ଷର) ପିଲା ଓ ୨୦-୨୪ ବର୍ଷ ମଧ୍ୟରେ ୩୨,୩୧୩ ଜଣ ଗର୍ଭଧାରଣ କରି ନଥିବା ଏବଂ ସ୍ତନ୍ୟପାନ କରାଉନଥିବା ମହିଳାମାନଙ୍କୁ ଟାବଲେଟ ଓ ଦ୍ରବଣ ପ୍ରଦାନ କରିବା ପାଇଁ ନିର୍ଧାରିତ କରାଯାଇଛି। ପରିଶେଷରେ ଗୁମାଗଡ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର କଲ୍ପନା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories