www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ରାଜପଥରେ ଡ଼କାୟତି ଉଦ୍ୟମ ଯୋଜନା ପଣ୍ଡ ; ୪ ଦୁର୍ବୃତ୍ତ ଗିରଫ

ବୁର୍ଲା : ଡକାୟତି ପାଇଁ ଉଦ୍ୟମ କରୁଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତକୁ ବୁର୍ଲା ପୁଲିସ ଗିରଫ କରିଛି। ଫଳରେ ଜାତୀୟ ରାଜପଥରେ ଏକ ବଡଧରଣର ଡକାୟତି ଯୋଜନା ପଣ୍ଡ ହୋଇଥିବା ଜଣାପଡିଛି। ଗିରଫ ୪ ଜଣ ଲୁଟେରା ହେଲେ ବୁର୍ଲା ସହରର ମହତାବ ନଗର ଅମିତ କୁର୍ମୀ (୩୦)ତାଙ୍କ ଭାଇ ସୁମିତ କୁର୍ମୀ (୨୮), ବିଶାଲ କୁମ୍ଭାର (୨୭) ଏବଂ ୱାରିସ୍ ଖାନ (୨୯) ବୋଲି ପୁଲିସ ସୁତ୍ରରୁ ପ୍ରକାଶ ପାଇଛି।
ପୁଲିସ ସୂଚନା ମତେ ଏହି ୪ ଜଣ ଦୁର୍ବୃତ୍ତ ଗତ ୨୬ ତାରିଖ ବିଳମ୍ବିତ ରାତିରେ ବୁର୍ଲା ସହରର ଗୋଲଗୁଣ୍ଡା ଛକ ନିକଟରେ ରହି ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଥିଲେ। ଦୁର୍ବୁତ୍ତ ମାନଙ୍କ ପାଖରୁ ପୁଲିସ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସମେତ ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି।
ବିଶେଷକରି ଜାତୀୟ ରାଜପଥରେ ଯାଉଥିବା ଟ୍ରକ କିମ୍ବା ଏକୁଟିଆ ଗାଡିରେ ଯାଉଥିବା ଲୋକଙ୍କୁ ଟ।ର୍ଗେଟ କରି ଲୁଟ୍ କରିବା ପାଇଁ ଏମାନେ ଯୋଜନା କରୁଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ କରୋନା ପାଇଁ ଲକ ଡ଼ାଉନ ହୋଇଥିବା ଫଳରେ ଜାତୀୟ ରାଜପଥ ମାନଙ୍କରେ କାଁ ଭାଁ ଯାନବାହନ ମାନ ଯିବା ଆସିବା କରୁଛି ଏହାର ସୁଯୋଗ ନେଇ ଡ଼କାୟତି ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି। କିନ୍ତୁ ବୁର୍ଲା ପୁଲିସ ଦୁର୍ବୃତ୍ତମାନଙ୍କ ସବୁ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ବୁର୍ଲା ପୁଲିସର ପେଟ୍ରୋଲିଂ ଦଳ ଘଟଣାସ୍ଥଳରେ ପହଞ୍ôଚ ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ ଲୁହା ରଡ, ଗୋଟିଏ ଲାଠି, ଗୋଟିଏ ଛୁରି, ଗୋଟିଏ ପ୍ୟାକେଟ ଲଙ୍କା ପାଉଡର ଏବଂ ଗୋଟିଏ ମୋବାଇଲ ଫୋନ ସମେତ ଗୋଟିଏ ଟର୍ଚ୍ଚ ଲାଇଟ ଜବତ କରିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories