www.samajalive.in
Monday, December 8, 2025
14.1 C
Bhubaneswar

ଭଡ଼ା ଦେବାରେ ବିଳମ୍ବ ହେବାରୁ ୩୦୦ କିଲୋମିଟର ଫେରାଇ ଆଣିଲା ଆମ୍ବୁଲାନ୍ସ ଡ଼୍ରାଇଭର

ବୁର୍ଲା: ବୁର୍ଲା ଘରୋଇ ଆମ୍ବୁଲାନ୍ସକୁ ନେଇ ରୋଗୀ ସମ୍ପର୍କିୟ ଶୋଷଣର ଶିକାର ହୋଇ ହଟହଟାର ସମ୍ମୁଖୀନ ହେବା ପରି ଏକ ଅଭାବନୀୟ ଘଟଣା ସ୍ଥାନୀୟ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଜଣେ ରୋଗୀ ଆମ୍ବୁଲାନ୍ସ ଭଡା ଦେବାରେ ବିଳମ୍ବ ହେବାରୁ ତାଙ୍କୁ ପୁଣି ତାଙ୍କ ଘର ସମ୍ମୁଖରୁ ବୁର୍ଲାକୁ ନେଇ ଆସି ରୋଗୀ ସମେତ ତାଙ୍କ ଶିଶୁ ତଥା ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ରାତିସାରା ବନ୍ଦ କରି ଏକ ଶୌଚାଳୟ ସମ୍ମୁଖରେ ଗାଡ଼ି ରଖିଦେଇ ଟଙ୍କା ମାଗିଥିଲେ । ଫଳରେ ଭୋକରେ ପ୍ରାୟ ଚାରିଘଣ୍ଟା ସମୟ ଧରି ରୋଗୀଙ୍କ ସହିତ ପରିବାର ଛଟପଟ ହୋଇଥିଲେ। କୌଣସି ମତେ ବିଳମ୍ବିତ ରାତିରେ ଜଣେ ଆସି ଆମ୍ବୁଲାନ୍ସ ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ମାଲିକଙ୍କ ଏଭଳି ଦାଦାଗିରିକୁ ଡାକ୍ତର ମହଲରେ ନିନ୍ଦା କରାଯିବା ସହିତ ପୁଲିସ ଉକ୍ତ ଗାଡି ମାଲିକକୁ ଗିରଫ କରାଯିବା ଦାବି ଜୋର ଧରିଛି।

ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ରାଜ ଖରିଆର ଅଞ୍ଚଳର ସର୍ବେଶ୍ୱର ମାଝି ଗତ ୧୫ ତାରିଖରୁ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇ ଆସୁଥିଲେ । ତାଙ୍କ ଅଣ୍ଟାରେ ଜନିତ ସମସ୍ୟା ରହିଥିବାରୁ ତାଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଡିସଚାର୍ଜ କରିବା ପରେ ନିଜ କୁନି ପୁଅ ଓ ତାଙ୍କ ସ୍ତ୍ରୀ ନିଜ ଘରକୁ ଯିବା ପାଇଁ ବାହାରିଥିଲେ । ମା’ ତାରିଣୀ ଟ୍ୟାକ୍ସି ଷ୍ଟାଣ୍ଡରୁ ଏକ ଘରୋଇ ଆମ୍ବୁଲାନ୍ସ ମାଲିକ ଛୋଟେଲାଲ୍‍ ଗୁପ୍ତାଙ୍କ ଗାଡି ଭଡାସୁତ୍ରରେ ନେଇଥିଲେ । ଗାଡିଟି ୫ ହଜାର ୨୦୦ ଟଙ୍କାରେ ଭଡା ନିର୍ଦ୍ଧାରିତ ହୋଇଥିଲା।  ଅସୁସ୍ଥ ସର୍ବେଶ୍ୱରଙ୍କ ପାଖରେ ମାତ୍ର ୧୫୦୦ ଟଙ୍କା ରହିଥିଲା। ତେବେ ସେ ସନ୍ଧ୍ୟା ସମୟରେ ଘରକୁ ପହଞ୍ଚିଥିଲେ। ତାଙ୍କ ପାଖରେ ଆଉ ଟଙ୍କା ନ ଥିବାରୁ କେହି ଜଣେ ସମ୍ପର୍କିୟ ତାଙ୍କୁ ଟଙ୍କା ଆଣିଦେବେ ବୋଲି କହିଥିଲେ । ତେବେ ସର୍ବେଶ୍ୱର ଆମ୍ବୁଲାନ୍ସ ଚାଳକଙ୍କୁ କିଛି ସମୟ ଅପେକ୍ଷା କରନ୍ତୁ ଟଙ୍କା ଆସୁଛି ଆସିଲେ ଦେଇଦେବି କହିଲେ।  ଉକ୍ତ ଟ୍ୟାକ୍ସି ଚାଳକ ପୁଣି ସର୍ବେଶ୍ୱର ଏବଂ ତାଙ୍କ ପରିବାରକୁ ବୁର୍ଲାକୁ ଫେରାଇ ଆଣିଥିଲେ ଘର ସମ୍ମୁଖରୁ । ରାତି ପ୍ରାୟ ୧୨ ଟା ସମୟରେ ବୁର୍ଲା ସହରର ଏକ ନିଛାଟିଆ ସ୍ଥାନରେ ଆମ୍ବୁଲାନ୍ସ ଭିତରେ ସମସ୍ତଙ୍କୁ ବନ୍ଦ କରି ରଖି ଦିଆଯାଇଥିଲା  ମାତ୍ର ଗତକାଲି ବିଳମ୍ବିତ ରାତିରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଭିମସାରରେ ଏକ ସ୍ଥାନରେ ଲୁଚାଇ ରଖିଥିଲେ । ସକାଳେ ଖବର ପାଇ ଭିମସାର ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ  ସେମାନଙ୍କୁ ଖାଇବାକୁ ଦେବା ସହିତ ତାଙ୍କୁ ଟ୍ରମା କେୟାର ୟୁନିଟ ମଧ୍ୟରେ ରଖିଥିଲେ । କିଛି ସମୟ ପରେ ଡାକ୍ତର ରାମଚନ୍ଦାନୀଙ୍କୁ ଉକ୍ତ ରୋଗୀ ଜଣକ ଘଟଣା ସମ୍ପର୍କରେ ପୁଲିସରେ ଜଣାଇବା ପାଇଁ ସାହାଯ୍ୟ ମାଗିଥିଲେ। ଫଳରେ ଡାକ୍ତର ରାମଚନ୍ଦାନୀଙ୍କ ଉପସ୍ଥିତିରେ ଉକ୍ତ ରୋଗୀ ଜଣକ ପୁଲିସକୁ ଦେବା ପାଇଁ ଏକ ଅଭିଯୋଗ ପତ୍ର ମଧ୍ୟ ଲେଖିଥିଲେ। ଏହାରି ଭିତରେ ସେଠାରେ ଉକ୍ତ ଗାଡି ମାଲିକ ଛୋଟେଲାଲ୍‍ ଗୁପ୍ତା ତାଙ୍କ ସାଙ୍ଗରେ କିଛି ଗାଡି ମାଲିକଙ୍କୁ ନେଇ ପହଞ୍ଚିଥିଲେ । ଉକ୍ତ ରୋଗୀଙ୍କୁ ବୁଝାସୁଝା କରିବା ସହିତ ଥାନାରେ ଅଭିଯୋଗ ନ କରିବା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଅଭିଯୋଗ ପତ୍ରକୁ ନେଇ ଘଟଣା ସ୍ଥଳରୁ ଚାଲିଯାଇଥିଲେ। ମାତ୍ର ଡାକ୍ତର ରାମଚନ୍ଦାନୀ ଘଟଣାକୁ ବିରୋଧ କରିବା ସହିତ ଏଭଳି କାର୍ଯ୍ୟକୁ ନିନ୍ଦାକରି ନିଜେ ଏ ନେଇ ସ୍ଥାନୀୟ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏନେଇ ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଇଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

- Advertisement -

 

 

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories