www.samajalive.in
Saturday, December 6, 2025
15.1 C
Bhubaneswar

ଜେଏମ୍‌ବି ଆତଙ୍କବାଦୀ ମାତିନ୍‌ ଗିରଫ

ମାଲ୍ଲାପୁରମ୍‌ : ସନ୍ଦିଗ୍ଧ ଜମାତ-ଉଲ-ମୁଜାହିଦ୍ଦିନ ବାଲାଂଦେଶ (ଜେଏମ୍‌ବି) ଆତଙ୍କବାଦୀ ଅବଦୁଲ ମାତିନ୍‌କୁ କେରଳର ମାଲ୍ଲାପୁରମ୍‌ରୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୁଲିସର ସ୍ବତନ୍ତ୍ର ଦଳ କେରଳ ପୁଲିସ ସହାୟତାରେ ତାକୁ ଗିରଫ କରିଛି। ଶନିବାର ତାକୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଛି। ଆସାମର ବାରପେଟା ଜିଲାଧିବାସୀ ମାତିନ ୨୦୧୪ ବର୍ଦ୍ଧମାନ ଜିଲାର ଖାଗରାଗଡ଼ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା ପ୍ରକାଶ। ପଶ୍ଚିମବଙ୍ଗର ସିମୁଳିଆ ମଦ୍ରାସା ଓମୋକିମନଗର ମଦ୍ରାସାରେ ଆଲିମ ନେଉଥିବା ୧୫ ଆତଙ୍କବାଦୀଙ୍କ ମଧ୍ୟରୁ ସେ ଅନ୍ୟତମ। ନାସିରୁଦ୍ଦିନ ନାମକ ତାର ଜଣେ ସହଯୋଗୀ ପୂର୍ବରୁ ଗିରଫ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories