www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଫେସରଙ୍କ ଘରେ ସିବିଆଇ ଚଢାଉ

ସମ୍ବଲପୁର : ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ କ୍ଵାଟର୍ସରେ ସିବିଆଇ ଚଢାଉ । ଜ୍ୟୋତି ବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ସିବିଆଇ ଟିମ୍। ଘରୋଇ ବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୁଲୁ ମହାରଣା। ତେବେ ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ ଟିମ୍ ସିଲ୍ ଖୋଲିବା ସହ ଯାଞ୍ଚ କରୁଛି। ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ର ଲାଇଫ୍ ସାଇନ୍ସ ବିଭାଗର ପ୍ରଫେସର ହେଉଛନ୍ତି ବୁଲୁ ମହାରଣା। ନାକ୍ ଟିମର ସଦସ୍ୟ ଭାବେ ହାଇଦ୍ରାବାଦର ଏକ ଘରୋଇ ବିଶ୍ଵ ବିଦ୍ୟାଳୟକୁ  ଭଲ ରେଟିଂ ଦେବା ପାଇଁ ଲାଞ୍ଚ ମାମଲାରେ ଗତ ୧ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories