ଓଡ଼ିଶା ଛୁଇଁବନି ‘ବୁଲ୍‌ବୁଲ୍‌’: ଏସଆରସି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପର୍ଯ୍ୟାୟକୟମ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ବାତ୍ୟାର ନାମ ‘ବୁଲ୍‌ବୁଲ୍‌’ ରଖାଯାଇଛି। ତେବେ ଏହି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇଦିନ ଧରି ବର୍ଷା ହେବ। ବର୍ଷାରୁ ଫସଲ ରକ୍ଷା କରିବା ଲାଗି ସତର୍କ ରହିବା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ଏସଆରସି ପରାମର୍ଶ ଦେଇଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିଆସିବାକୁ କହିଛନ୍ତି। ବୁଲବୁଲ୍‌ ପାରାଦୀପଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇବ। ଓଡ଼ିଶା ଉପକୂଳର ସ୍ଥଳଭାଗଠାରୁ ୧୧୦ କିଲୋମିଟର ଦୂରରେ ବାତ୍ୟା ଅତିକ୍ରମ କରିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

kalyan agarbati

Comments are closed.