www.samajalive.in
Sunday, December 7, 2025
26.1 C
Bhubaneswar

୧୨୦ ବର୍ଷ ହେବ ଲଗାତାର ଜଳୁଛି ଏହି ବିଦ୍ୟୁତ ବଲବ୍‍

ବିଦ୍ୟୁତ ଦ୍ୱାରା ଜଳୁଥିବା ବଲବର ଆବିଷ୍କାର ଥୋମାସ୍‍ ଆଲଭା ଏଡିସନ କରିଥିଲେ। ମାତ୍ର କୁହାଯାଏ ଉନବିଂଶ ଶତାବ୍ଦୀରେ କିଛି ଆବିଷ୍କାରକ ଆଲୋକ ପାଇଁ ସୁରକ୍ଷିତ ଓ ସୁବିଧାଜନକ ମାଧ୍ୟମ ପାଇଁ ଖୁବ ତଲାସି କରିଥିଲେ। ସେମାନଙ୍କ ପରିଶ୍ରମର ଆଧାର ଅନୁଯାୟୀ ଥୋମାସ ବିଦ୍ୟୁତ ବଲବର ଆବିଷ୍କାର କରିଥିଲେ ବୋଲି କୁହାଯାଏ। ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାର ବଲବ ଉପଲବ୍ଧ। ବଲବ୍‍ ମାନଙ୍କ ମଧ୍ୟରୁ କମ୍ପାନୀର ଗ୍ୟାରେଣ୍ଟି ଅନୁଯାୟୀ, ୧ ଅଥବା ୨ ବର୍ଷ ଥାଏ। କିଛି ବଲବ ଅଧିକ ବର୍ଷ ଯାଏଁ କାମ କରିବା ମଧ୍ୟ କମ ଦେଖାଯାଏ। ତେବେ ଏପରି ଏକ ବଲବ୍‍ ବିଷୟରେ ଜାଣନ୍ତୁଯାହା ବର୍ଷେ, ୨ ବର୍ଷ ନୁହଁ ବରଂ ୧୨୦ ବର୍ଷ ଯାଏଁ ଲଗାତାର ଜଳୁଛି। ଆଜି ଯାଏଁ ତାହା ଫ୍ୟୁଜ ହୋଇ ନାହିଁ। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। କିଛି ଲୋକେ ଏହି ବଲବ୍‍ କୁ ଚମତ୍କାର ବୋଲି କହୁଛନ୍ତି।
କାଲିଫର୍ଣ୍ଣିୟାର ଲିବରମୋର ସହରର ଦମକଳ କେନ୍ଦ୍ରରେ ଲାଗିଥିବା ଏହି ବଲବ୍‍ କୁ ସେଣ୍ଟେନିୟଲ ନାମରେ ଜଣାଶୁଣା। ଏହି ବଲବ୍‍ କୁ ଶେଲବୀ ବିଦ୍ୟୁତ କମ୍ପାନୀ ପ୍ରସ୍ତୁତ କରିଥିଲା। ଏହାସହ ଏହାକୁ ୧୯୦୧ରେ ପ୍ରଥମ ଥର ଚାଲୁ କରାଯାଇଥିଲା। ସେବେ ଠାରୁ ନେଇ ଆଜି ଯାଏଁ ଏହା ଜଳୁଛି।
ମିଳିଥିବା ସୂଚନା ଅନୁଯାୟୀ, ୧୯୩୭ରେ ବିଦ୍ୟୁତ ତାର ବଦଳାଇବା ପାଇଁ ପ୍ରଥମ ଥର ଏହାକୁ ଲିଭା ଯାଇଥିଲା। ଏହି ବଲବ୍‍ ବିଷୟରେ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି। ସିସିଟିଭ ଦ୍ୱାରା ଏହି ବଲବ୍‍ ଉପରେ ନଜର ରଖାଯାଇଛି। ଏହି ବଲବ୍‍ ୨୪ ଘଣ୍ଟା ଜଳୁଛି। ୨୦୦୧ରେ ଏହି ବଲବ୍‍ ର ୧୦୦ତମ ଜନ୍ମ ବାର୍ଷିକି ଖୁବ ଧୂମଧାମରେ ପାଳନ କରାଯାଇଛି।
ଏହି ବଲବ୍‍ କୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଆସିଥାଆନ୍ତି। ଦମକଳ କେନ୍ଦ୍ରରେ ବେଳେ ଏହି ବଲବ୍‍ କୁ ଦେଖିବାର ପାଇଁ ଏତେ ପରିମାଣରେ ଲୋକେ ଭିଡ କରିଥାଆନ୍ତି ଯେ ମ୍ୟୁଜିୟମ ଭଳି ଅନୁଭବ ହୋଇଥାଏ। ୨୦୧୩ ମସିହାରେ ବଲବ୍‍ ଆପେ ଆପେ ବନ୍ଦ ହୋଇଯାଇଥିଲା। ସେହି ସମୟରେ ତାହା ଖରାପ ହୋଇଗଲା ବୋଲି ସଭିଏଁ ଭାବିଲେ ମାତ୍ର ପୁନଃ ତାର ଯାଞ୍ଚ କରାଯାଇ ବଦଳାଯିବା ପରେ ପୁଣି ବଲବ୍‍ ଜଳିବାକୁ ଲାଗିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories