www.samajalive.in
Sunday, December 7, 2025
14.1 C
Bhubaneswar

୪ ମାସ ଲାଗି ଲେଖାନୁଦାନ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ  ଗୁରୁବାର ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୪ ମାସ ଲାଗି କାମଚଳା ବଜେଟ୍‍ (ଲେଖାନୁଦାନ) ଉପସ୍ଥାପନ  କରିଛନ୍ତି । ଆସନ୍ତା ୪ ମାସ ଲାଗି ସରକାର ୫୬,୯୧୨ କୋଟି ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି । ତେବେ ୨୦୧୯-୨୦ ଆର୍ଥିକ ବର୍ଷର ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ରଖା ଯାଇଛି। ଏଥିରେ କୃଷି,ସ୍ବାସ୍ଥ୍ୟ, ଶିକ୍ଷା ଓ ଭିିତ୍ତିଭୂମି ବିକାଶ, ଗରିବ, ଚାଷୀ,ମହିଳା,ଏସସି/ଏସଟିଙ୍କ ବିକାଶ ଉପରେ ସରକାର ଅଧିକ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ବଜେଟ୍‍ର ମୁଖ୍ୟାଂଶ

-ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ
-ଆମ ଗାଁ ଆମ ଆମ ବିକାଶ- ପିଠା କାର୍ଯ୍ୟକ୍ରମ ପାଇଁ ୪୦୦ କୋଟି ଟଙ୍କା
-ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା 
-କାଳିଆ ଯୋଜନା ପାଇଁ ବଜେଟରେ ୪୪୬୧ କୋଟି ଟଙ୍କା
-କୃଷି ଋଣରେ ସୁଧ ରିହାତି ପାଇଁ  ୮ଶହ କୋଟି ଟଙ୍କା
-ଟଙ୍କିକିଆ ଚାଉଳ ପାଇଁ ୧୦୨୮ କୋଟି ଟଙ୍କା
-ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି
-ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା
-ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା
-ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି ଟଙ୍କା
 -ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି ଟଙ୍କା
-ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି ଟଙ୍କା
-ବିପର୍ଯ୍ୟୟ ପ୍ରଶମନ ପାଇଁ ୨ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। 

ଗତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍‍ ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।

- Advertisement -

ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି । ଆମ ଗାଁ ଆମ ଆମ ବିକାଶ- ପିଠା କାର୍ୟ୍ୟକ୍ରମ ପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ଚାଷୀଙ୍କ ଉନ୍ନତି ପାଇଁ ଉଦ୍ଧିଷ୍ଟ କାଳିଆ ଯୋଜନା ପାଇଁ ସବୁଠାରୁ ଅଧିକ ଅର୍ଥର ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନା ପାଇଁ ବଜେଟରେ ୪୪୬୧ କୋଟି ଟଙ୍କା,କୃଷି ଋଣରେ ସୁଧ ରିହାତି ପାଇଁ ୮ଶହ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ଟଙ୍କିକିଆ ଚାଉଳ ପାଇଁ ୧୦୨୮ କୋଟି ଟଙ୍କା, ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା,ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ଏବଂ ସଡ଼କ ଉନ୍ନୟନ କାର୍ୟ୍ୟକ୍ରମ ପାଇଁ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ଉନ୍ନତିମୂଳକ ବଜେଟ୍ ବୋଲି କହିଛନ୍ତି । ବଜେଟ୍ ରେ ଗରିବ, ଚାଷୀ, ମହିଳା,ଏସସି/ଏସଟିଙ୍କ କଲ୍ୟାଣ ଉପରେ ଧ୍ୟାନ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories