www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍: ମୁଦ୍ରାସ୍ପୀତି, ଟିକସ ରିହାତି ଉପରେ ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା। ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍।  ମୋଦୀ ସରକାରଙ୍କ ତୃତୀୟ ପାଳିର ଏହା ହେଉଛି ପ୍ରଥମ ବଜେଟ୍।  ଦିନ ୧୧ଟାରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତ ପର୍ଯ୍ୟନ୍ତ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ସରକାର ମୁଦ୍ରାସ୍ପୀତି ଓ ଟିକସ କ୍ଷେତ୍ରରେ ବଡ ଘୋଷଣା କରିପାରନ୍ତି। ସକାଳ ସାଢେ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ୍ ଟିମ୍ ସହ ରାଷ୍ଟ୍ରପତିଙ୍କ ବାସଭବନକୁ ଯିବେ  ଏବଂ ରାଷ୍ଟ୍ରପତିଙ୍କୁ ବଜେଟର ନକଲ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସେ ମନ୍ତ୍ରଣାଳୟକୁ ଫେରିବେ। ଏବଂ ପୂର୍ବାହ୍ନ ୯ଟାରେ ନର୍ଥ ବ୍ଲକର ଗେଟ୍ ନମ୍ବର ୨ରେ ଫଟୋ ସୁଟ୍ କରାଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories