www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରାର୍ଥୀଙ୍କ ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଡୁଆ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନର୍ଥ-ଇଷ୍ଟ ଦିଲ୍ଲୀ ଆସନରେ ବିଜେପି ପକ୍ଷରୁ ରବୀନ୍ଦ୍ର ସିଂହ ନେଗିଙ୍କୁ ପ୍ରାର୍ଥୀ କରାଯାଇଛି। ଶୁକ୍ରବାର ସେଠାରେ ଆୟୋଜିତ ସଭାକୁ ମୋଦୀ ପ୍ରଚାର ଉଦ୍ଦେଶ୍ୟରେ ଆସିଥିଲେ। ରବୀନ୍ଦ୍ର ମଞ୍ଚ ଉପରକୁ ପ୍ରବେଶ କରିବା ସମୟରେ ସେଠାରେ ଉପସ୍ଥିତ ମୋଦୀଙ୍କ ପାଦ ସ୍ପର୍ଶ କରିଥିଲେ। ଥରେ କିମ୍ବା ଦୁଇ ନୁହେଁ, ରବୀନ୍ଦ୍ର ତିନିଥର ମୋଦୀଙ୍କୁ ପ୍ରଣାମ କରିବା ପରେ ମୋଦୀ ମଧ୍ୟ ରବୀନ୍ଦ୍ରଙ୍କୁ ତିନି ଥର ପାଦ ଛୁଇଁ ପ୍ରଣାମ କରିଥିବା ଭିଡିଓ ଚିତ୍ରରୁ ଜଣାପଡିଛି। ଅବଶ୍ୟ ମୋଦୀ ଏହି ଘଟଣାକୁ ନେଇ ବିରକ୍ତିି ପ୍ରକାଶ କରିଥିବା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇପଡୁଥିଲା। ରବୀନ୍ଦ୍ରଙ୍କ ପରେ ମଞ୍ଚକୁ ଆସିଥିବା ଅନ୍ୟ ଦଳୀୟ ନେତା ମୋଦୀଙ୍କୁ ପ୍ରଣାମ କରିବାକୁ ଉଦ୍ୟତ ହେଉଥିବାବେଳେ ସେମାନଙ୍କୁ ଅଟକା ଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories