www.samajalive.in
Tuesday, December 9, 2025
16.1 C
Bhubaneswar

ବିଏସପି ନେତାଙ୍କୁ ହତ୍ୟା; ମିଠା ପ୍ୟାକେଟରେ ଥିଲା ବନ୍ଧୁକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ବିଏସପି ନେତା ହାଜି ଏହସାନ ଓ ତାଙ୍କ ଭଣଜା ଶାଦାବଙ୍କୁ ଦୁବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମଜିବାବାଦ ସ୍ଥିତ ଗୁରୁଦ୍ୱାର ସମ୍ମୁଖରେ ନିଜର ଏକ କାର୍ଯ୍ୟାଳୟରେ ହାଜି ଏହସାନ ଓ ତାଙ୍କ ଭଣଜା ବସିଥିଲେ। ଏହି ସମୟରେ ଏକ ବାଇକରେ ୩ଜଣ ଦୁବୃତ୍ତ ଆସିଥିବା ବେଳେ ଦୁଇ ଜଣ ଦୁବୃତ୍ତ ଅଫିସ ଭିତରକୁ ଯାଇଥିଲେ। ଯୁବବଙ୍କ ହାତରେ ମିଠା ପ୍ୟାକେଟ ଥିବା ଦେଖିବାକୁ ମିଳିଛି। ଏହି ମିଠା ପ୍ୟାକେଟ ଭିତରେ ଯୁବକ ବନ୍ଧୁକ ଆଣିଥିଲେ। ଦୁବୃତ୍ତ ଜଣକ ପ୍ରଥମେ ହାଜି ଏହସାନ କିଏ ବୋଲି ପଚାରିଲେ? ପରେ ମିଠା ପ୍ୟାକେଟରୁ ବନ୍ଧୁକ ବାହାର କରି ଦୁଇ ଜଣକ ଉପରକୁ ଗୁଳିଚାଳଣା କରିଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories